– ନୂତନ ବନପାଳଙ୍କ କାର୍ଯ୍ୟାଳୟ ଉଦଘାଟିତ l
ଆର, ଉଦୟଗିରି(ମନୋଜ ପାଢୀ)- ଆଜି ପାରଳାଖେମୁଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଭୀଷ୍ମଗିରି ବନପାଳଙ୍କ କାର୍ଯ୍ୟାଳୟ ଓ ବାସଗୃହ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ବିଧାୟକ ଦଶରଥୀ ଗମାଙ୍ଗ ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି l ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀଯୁକ୍ତ ବିଶ୍ୱନାଥ ନୀଳନ୍ନଭର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗାରାଜୁ,ପାରଳାଖେମୁଣ୍ଡି ସହବନ ସଂରକ୍ଷକ ଅଧିକାରୀ ଅରୁଣ କୁମାର ସାହୁ ଓ ସାଇନ ଶ୍ରୀଦାସ, ତଥା ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁଡ଼, ଭୀଷ୍ମଗିରିର ସେକ୍ସନର ବନପାଳ ଦେବାଶିଷ ଶତପଥି ଓ ଚନ୍ଦ୍ରଗିରି ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଯୋଗ ଦେଇ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଛନ୍ତି l
