ନୂଆପଡ଼ାରେ ୯୪୪ ଜଣଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା ସୁବିଧା ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟସେବା ଯୋଜନା ମାଧ୍ୟମରେ!

Spread the love

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାର ସୁଦୃଢ଼ ପ୍ରୟାସର ଅଂଶରୂପ, ନୂଆପଡ଼ା

ଜିଲ୍ଲାର ସଦର ମହକୁମା ଡାକ୍ତରଖାନାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟଶିବିର ୨୧ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।ଏହି ଶିବିରରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ୧୧ ଜଣ ବିଶେଷଜ୍ଞ ଯୋଗଦେଇ ଦୂରଦୂରାନ୍ତ ଅଞ୍ଚଳର ରୋଗୀମାନଙ୍କୁ ଉଚ୍ଚତର ଚିକିତ୍ସା ସେବା ପ୍ରଦାନ କରିଛନ୍ତି।ଶିବିର ପାଇଁ ଜିଲ୍ଲା ହସ୍ପିଟାଲକୁ ଅତ୍ୟାଧୁନିକ ରୋଗନିରୂପଣ ଯନ୍ତ୍ରପାତି ମଧ୍ୟ ପଠାଯାଇଥିଲା। ଏହା ଫଳରେ, ଚିହ୍ନଟ ହୋଇଥିବା ଗୁରୁତର ରୋଗୀମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବ ହୋଇଛି।