ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର କରାଗଲା।

ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର କରାଗଲା।
Spread the love

ନିଷ୍ଠା ପରିବାର ତରଫ ରୁ ଅଜଣା ଶବ ସତ୍କାର କରାଗଲା।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ ଜଣେ ଅଜଣା ବ୍ଯକ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ଆସଥିଲେ, ତାଙ୍କ ର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିବା ଖବର ଆମେ ସୋସିଆଲ ମିଡ଼ିଆ ରେ ଦେବା ସହ ଭଟଲି ପୋଲିସ ଜଣାଇଥିଲୁ। ପୋଲିସ ସହଯୋଗ ରେ ଶବ ସଂରକ୍ଷଣ ଗୃହ ରେ ତାଙ୍କ ମର ଶରୀରକୁ ରଖାଗଲା। ପରେ  ଆମେ ଜାଣିବାକୁ ପାଇଲୁ ଯେ ବ୍ୟକ୍ତି ଜଣକ ଦଶ ବାର ବର୍ଷ ରୁ ବିରମାଲ ଅଞ୍ଚଳ ରେ ଥିଲେ। କେହି ତାଙ୍କ ର ପରିଚୟ ଜାଣିନାହାନ୍ତି।ବିରମାଲ ଛକ ରେ ଥିବା ପଞ୍ଚମ ହୋଟେଲ ରେ ଦୀର୍ଘ ଦିନ ଧରି କାମ କରୁଥିଲେ। ଏ ନେଇ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀମାନ ସଚି ପଣ୍ଡା, ସଭାପତି ଶ୍ରୀମାନ ଅଶ୍ୱିନୀ ତ୍ରିପାଠୀ ଓ ସଂଯୋଜକ ଶ୍ରୀମାନ ଲବ ସାହୁ ଉକ୍ତ ହୋଟେଲ କୁ ଯାଇ ମାଲିକ ଙ୍କୁ ସବୁ କଥା ଅବଗତ କରିବା ସହ ଶବ ସତ୍କାର ପାଇଁ ଯିବାକୁ ଅନୁରୋଧ କରାଯାଇଥିଲା।ମାଲିକ ପୋଲିସ କେଶ ହୋଇଯିବା ଭୟ ରେ ଶବ ସତ୍କାର ପାଇଁ ଯିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ।ଆମେ ବହୁତ ବୁଝାସୁଝା କଲା ପରେ ବି ସେ ରାଜି ହୋଇ ନ ଥିଲେ। ଆମେ ନିରାଶ ହୋଇ ଫେରି ପୋଲିସ ର ଲିଖିତ ଅନୁମତି ନେଇ ଦୀର୍ଘ ୯୬ଘଣ୍ଟା ବ୍ୟବଧାନ ପରେ ନିଷ୍ଠା ପରିବାର ତରଫ ରୁ ସସମ୍ମାନେ ଶବ ସତ୍କାର କରାଯାଇଥିଲା। ଏହି ମହତ୍ କାମ ରେ ଭଟଲି ପୋଲିସ ଙ୍କ ସହ ଆମ ନିଷ୍ଠା ପରିବାର ର ସଂଯୋଜକ ମାନସ ମେହେର, ଅମିତ ଭୋଇ, ଶୁଭ୍ରାଂଶୁ ସରାଫ ଓ ବିମଳା ଭଉଣୀ ଉପସ୍ଥିତ ଥିଲେ।