ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ।

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ।
Spread the love

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ।

( ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ) ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଆଜି ଜଣକୁ ଗିରଫ କରିଛନ୍ତି ଗାଙ୍ଗପୁର ପୋଲିସ୍ I ଗିରଫ ବ୍ୟକ୍ତି ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗ୍ରାମର ଭଞ୍ଜ ନାଇକ I ସୂଚନା ପ୍ରକାରେ ଗତ ମାସ ସତର ତାରିଖରେ ନାବାଳିକାଙ୍କ ମାଆ ଗାଙ୍ଗପୁର ଥାନାରେ ଅଭିଯୋଗ ଏହି ଯେ ତାଙ୍କ ସ୍ଵାମୀ ଚେନେଇ ଯାଇ ମୂଲ କାମ କରନ୍ତି । ସେ ମଧ୍ୟ ନିଜ ପାଞ୍ଚ ଝିଅକୁ ନେଇ ବଡ ଭଉଣୀ ଏବଂ ମାଆଙ୍କ ସହିତ ଭୁବନେଶ୍ୱରରେ ରହି ମୂଲ କାମ କରନ୍ତି । କିଛିଦିନ ତଳେ ତାଙ୍କର ୧୩ ବର୍ଷୀୟା ନାବାଳିକା ଝିଅ ପେଟ କାଟୁଛି କହି ବାନ୍ତି କରିବାରୁ ସେ ସନ୍ଦେହ କରି ଗର୍ଭ ପରୀକ୍ଷା କୀଟ ଆଣି ପରୀକ୍ଷା କରିଥିଲେ I ପରୀକ୍ଷାରୁ ତାଙ୍କ ଝିଅ ଗର୍ଭବତୀ ଅଛି ଜାଣିବା ପରେ ଝିଅକୁ ପଚାରି ଜାଣିବାକୁ ପାଇଥିଲେ ଯେ ଗତ ଜୁଲାଇ ମାସରେ ଅଭିଯୋଗ କାରିଣୀ ନିଜ ପାଞ୍ଚ ଝିଅକୁ ନେଇ ତାଙ୍କ ବାପା ଘର କାଳିଆଗୁଡାକୁ ଯାଇଥିଲେ । କାଳିଆଗୁଡା ଗାଁରେ ଥିବା ସମୟରେ ଦିନେ ଖରାବେଳେ ଉକ୍ତ ମହିଳା ଦୋକାନକୁ ଯାଇଥିବା ସମୟରେ ଘରେ ତାଙ୍କ ପାଞ୍ଚ ଝିଅ ଶୋଇଥିଲେ I ଏହି ସମୟରେ ତାଙ୍କ ବାପ ଘର ପଡ଼ୋଶୀ ପିଉସୀ ପୁଅ ଭାଇ ଭଞ୍ଜ ନାଇକ ଘରେ ପଶି ତାଙ୍କ ନାବାଳିକା ଝିଅର ପାଟିରେ କନା ପୁରେଇ ଦୁଷ୍କର୍ମ କରି ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା।

ପରବର୍ତ୍ତୀ ସମୟରେ ମହିଳା ଜଣକ ସ୍ବାମୀ କୁ ଏହି ବିଷୟ ଜଣାଇବା ପରେ ସ୍ବାମୀ ନିଜ ଗ୍ରାମ କୁ ଆସି ଉଭୟ ଦମ୍ପତି ମଞ୍ଚେଶ୍ଵର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିଲେ। କିନ୍ତୁ ମାମଲା ଗାଙ୍ଗପୁର ଥାନା ର ହୋଇ ଥିବାରୁ ମାମଲା କୁ ଗାଙ୍ଗପୁର ଥାନା କୁ ପଠାଇ ଦେଇଥିଲେ। ଗାଙ୍ଗପୁର ଥାନା ପୋଲିସ୍ ଘଟଣାର କରି କୌଣସି ଏକ ଅଜଣା ସ୍ଥାନରୁ ଅଭିଯୁକ୍ତ କୁ ଉଠାଇ ଆଣି ମାମଲା ନଂ ୪୯୮/୨୫ ଓ ପୋକ୍ସ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।