ଧାନ ଅମଳ ମେସିନରେ ହାତ କଟି ଯୁବକ ଗୁରୁତର
ଗଜପତି- 14/12(ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ଧାନ ଅମଳ ମେସିନରେ ହାତ କଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜମା ଗାଁରେ। ଶନିବାର ଦିନ ଗାଁର ଅଭିମନ୍ୟୁ ମଲ୍ଲିକ ନାମକ ଜଣେ ଯୁବକ ନିଜ ଜମିରେ ଧାନ ଅମଳ ମେସିନ ଦ୍ବାରା ଧାନ ସଫା କରୁଥିବା ବେଳେ ତାଙ୍କ ହାତ ମେସିନରେ ଫସିଯାଇଥିଲା। ଫଳରେ ଯୁବକଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚ଼ିକିତ୍ସା କରାଇଥିଲେ। ସେ ଗୁରୁତର ଥିବାରୁ ଡ଼. ସିମ୍ରାନ ବିଷୋୟୀ ତାଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।
