ଦୁର୍ଗା ପୂଜା ନିମନ୍ତେ କଳସ ଯାତ୍ରା ଅନୁଷ୍ଠିତ ଚଳଚଞ୍ଚଳ ଆମ୍ବଦଲା
ରାୟଗଡା (ଅମୁଲ୍ୟ ନିଶଙ୍କ )ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ମୁନିଗୁଡ଼ା ବ୍ଲକ ର ଆମ୍ବାଦଳା ପଞ୍ଚାୟତ ସଦର ମୋହକୁମା । ଆଜି ମା’ ଆଦିଶକ୍ତିଙ୍କ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶାଢି ଛକରୁନାଚ ଗୀତ ବାଜା ବାଜଣା ରେ ସହ ସହ ମହିଳା ମାନେ ବାହାରି ଗ୍ରାମ ପରିକ୍ରମା କରି ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ନଦୀକୂଳରେ ପହଞ୍ଚିଥିଲା ଶୋଭାଯାତ୍ରା । ସେଠାରେ ପାରମ୍ପରିକ ରୀତିନିତି ଅନୁସାରେ ପୁରୋହିତମାନେ ପୂଜାର୍ଚ୍ଚନା କରିଥିଲେ । ଶତାଧିକ ମହିଳା ଙ୍କ ସମତେ କୁନି କୁନି ଝିଅ ମାନେ ମୁଣ୍ଡରେ କଳସ ଧରି ସଂକୀର୍ତନ ମଣ୍ଡଳୀଙ୍କ ସହ ପଟୁଆରରେ ସହର ପରିକ୍ରମା କରି ପୂଜା ମଣ୍ଡରେ ପହଞ୍ଚିଥିଲେ । ଦୁର୍ଗାପୂଜା କମିଟି ସଭାପତି ସନ୍ତୋଷ ପାତ୍ର ତତ୍ତ୍ଵାବଧାନରେ ଏହାର ଆୟୋଜନ କରାଯାଇଥିଲା । ବିପିନ୍ ବିହାରୀ କର, ଅକ୍ଷୟ କୁମାର ରଥ, ସୁବାସ ମିଶ୍ର ଓ ଶୁଭାଶିଷ ମିଶ୍ରଙ୍କ ସମେତ ୪ଜଣ ପୁରୋହିତ ପୂଜାରେ ନିୟୋଜିତ ହୋଇଥିଲେ । କର୍ତା ଭାବେ ଭି.ସୁରେଶ କୁମାର ଯୋଗ ଦେଇଥିଲେ। କମିଟିପକ୍ଷରୁ ଜଗନ୍ନାଥ ପ୍ରସାଦ, ଦେବୀ ପ୍ରସାଦ ମୁଖାର୍ଜୀ, ଧୀରେନ୍ଦ୍ର ପାଣିଗ୍ରାହୀ ଧିରୁ ଭାଇ , ଶ୍ରୀଧର ସାହୁ, ସନ୍ତୋଷ ଆଚାରୀ, ପ୍ରଦୀପ ପଣ୍ଡା, ରବି ଦଳେଇ, ବିନୋଦ ସାହୁ, ସୁବାସ ସେନାପତି ପ୍ରମୁଖଙ୍କ ସହ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି 9 ଦିନ ଧରି ମା ଙ୍କ ନବରାତ୍ରି ପୂଜା ଅନୁଷ୍ଠିତ. ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l ଆସନ୍ତା 28 ତାରିଖ ରୁ ଜନସାଧାରଣ ଙ୍କ ମନରଞ୍ଜନ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଆସନ୍ତା 2 ତାରିଖ ରେ ରାବଣ ପୋଡି କାର୍ଯ୍ୟକ୍ରମ ରହିଁଛ ଏଥିରେ ବହୁ ସଂଖ୍ୟା ରେ ଜନସାଧାରଣ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିବା ନିମନ୍ତେ ଧିରୁ ଭାଇ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l ବହୁ ବର୍ଷ ଧରି ସ୍ଥାନୀୟ ହାଟପୋଦା ଠାରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଆସୁଥିଲା କିଂତୁ ପ୍ରଥମ କରି ଏହି ବର୍ଷ ଠାରୁ ଆମ୍ବଦଲା ଭବାନୀପାଟଣା ମୁଖ୍ୟ ରାସ୍ତାରେ ପୂଜା କରିବା ନିମନ୍ତେ କମିଟି ନିଷ୍ପତି ନେଇ ଥିଲେ ଏହି ବର୍ଷ ମୁଖ୍ୟ ରାସ୍ତାରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
