ଦମ୍ପତିକୁ ଆକ୍ରମଣ ଅଭିଯୁକ୍ତ ଗିରଫ।

Spread the love

ଦମ୍ପତିକୁ ଆକ୍ରମଣ ଅଭିଯୁକ୍ତ ଗିରଫ।

ବ୍ରହ୍ମପୁର ପୋଲିସ ଜିଲ୍ଲା ନୁଆ ଗାଁ ଥାନା ଅନ୍ତର୍ଗତ ନୁଆପଡା ଗ୍ରାମର ଭାସ୍କର ସେଠୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ଭାସ୍କର ସେହି ଗ୍ରାମର ସୁବ୍ରତ ସେଠୀ ସହିତ କୌଣସି କଥା କୁ ନେଇ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଭାସ୍କର ଏକ ଲୁହାଛଡ଼ ରେ ସୁବ୍ରତ କୁ ଆକ୍ରମଣ କରିଥିଲା। ଏତିକି ବେଳେ ସ୍ତ୍ରୀ ସୁଲୋଚନା ସେଠୀ ପାଟି କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଉଭୟଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲ। ଗ୍ରାମ ବାସୀ ଗୁରୁତର ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୋମକେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଓ ଉଭୟେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ଫେରି ନୁଆ ଗାଁ ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୩୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।