ଥେରୁବାଲି ପ୍ରିମିୟର ଲିଗ ସିଜନ 4 ଉଦଘାଟିତ
ରାୟଗଡ( ଅମୁଲ୍ୟ ନିଶଙ୍କ ) ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ର ରାୟଗଡ ମୁନିଗୁଡା ରାଜ୍ୟ ରାଜପଥ କଡ଼ ଡିପିକ୍ୟାମ୍ପ ର କେନ୍ଦ୍ର ସରକାର ଙ୍କ ଖୋଲାପଡିଆ ଠାରେ ଏକ ବର୍ଣାଢ୍ୟ ପରିବେଶ ମଧ୍ୟ୍ୟ ରେ କ୍ରିକେଟ ମହାକୁମ୍ଭ ର ଥେରୁବାଲି ପ୍ରିମିୟର ଲିଗ ସିଜନ 4 ଉଦଘାଟିତ ହୋଇଯାଇଛି l ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କୋଳନରା ବ୍ଲକ ଉପାଧକ୍ଷ ହଳଧର ହିମରିକା, ସମ୍ମାନିତ ଅତିଥି ରୂପେ ଥେରୁବାଲି ସରପଞ୍ଚ
ମମତା ପୁଲକା, ସେମାନ୍ତି ହିକକା ସମିତି ସଭ୍ୟା ଥେରୁବାଲି,ଆଲମା କାଦ୍ରକ କେଲିଗୁଡା,ମାଣିକ ପିରିବାକା ସରପଞ୍ଚ ଡୁମୁରୁଗୁଡା ଯୋଗ ଦେଇ କ୍ରିକେଟ ଖେଳ ର ଶୁଭାରମ୍ଭ କରିଥିଲେ l ଦୀର୍ଘ ଦଶ ଦିନ ହେବାକୁ ଥିବା ଏହି ମ୍ୟାଚ ରେ
ବେଷ୍ଟ ଇଲେଭେନ, ଥଣ୍ଡାର ଷ୍ଟ୍ରାଇକର୍ସ, ହାଣ୍ଟ ରାଇଡର ଜି ସୁପେର କିଙ୍ଗସ ଓ ହରିଓମ ଇଲେଭେନ 5 ଗୋଟି ଦଳ ଭାଗ ନେଇତଛନ୍ତି l ଦୀର୍ଘ 5 ବର୍ଷ ଧରି ଥେରୁବାଲି ଅଂଚଳ ର ବିଭିନ୍ନ ଗ୍ରାମପଞ୍ଚାୟତ ର ଖେଳାଳି କୁ ନିଲାମ ମାଧ୍ୟମରେ ନେଇ ଏହି ଖେଳ ହେଉଛି କିନ୍ତୁ ଗତ ବର୍ଷ କିଛି ଅନିବାର୍ଯ୍ୟ କାରଣ ରି ଖେଳ ହୋଇପାରିନଥିଲା l ପୁଣି ଏହି ବର୍ଷ ଅଂଚଳ ର ଜନସାଧାରଣ ଙ୍କ ସହିତ ବହୁ ବ୍ୟକ୍ତି ଙ୍କ ସହଯୋଗ ରେ ଥେରୁବାଲି ପ୍ରିମିୟର ଲିଗ ସିଜନ 4 ଆରମ୍ଭ ହୋଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି l ଆଜିର ଉଦଘାଟନୀ ଖେଳ ରେ ଜି ସୁପେର କିଂଗ୍ସ ଓ ହରିଓଁ ଇଲେଭେନ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା l ଏହି ପ୍ରମିୟର ଲିଗ କୁ ଆୟୋଜନ ନିମନ୍ତେ ଅଶୋକ ହିକକା ସଭାପତି, ଅନୁପ ବିଶ୍ୱାସ ଉପସଭାପତି ଜଗଦୀଶ ମହାପାତ୍ର ସମ୍ପାଦକ ଙ୍କ ସହିତ କମିଟି ର ଅନ୍ୟ ସଭ୍ୟ ମାନଙ୍କ ପାଇଁ ହେବାକୁ ଯାଉଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ଥେରୁବାଲି ପ୍ରିମିୟର ଲିଗ ସିଜନ 4 ଉଦଘାଟିତ