ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଠାରେ ଟାଟା ପାୱାର ପକ୍ଷରୁ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଠାରେ ଟାଟା ପାୱାର ପକ୍ଷରୁ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।
Spread the love

ଥୁଆପାଲି ବିଦ୍ୟୁତ ବିଭାଗର ସେକ୍ସନ ଅଫିସର ଠାରେ ଟାଟା ପାୱାର ପକ୍ଷରୁ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି।

ବରଗଡ ୧୭,୯-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବିଦ୍ୟୁତ ସେକ୍ସନ ଅଫିସ ଠାରେ ଟାଟା ପାୱାର ପକ୍ଷରୁ ବିଶ୍ବକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଟାଟା ପାୱାର ସେକ୍ସନ ଅଫିସର ଇଂଜିନିୟର ଆଶୁତୋଷ ସେଠୀ କଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତା ଭାବରେ ବିଦ୍ୟୁତ ବିଭାଗର ଅମିତ କୁମାର ସେଠୀ ଓ ତାଙ୍କର ଧର୍ମପତ୍ନୀ ମୋନାଲିସା ପାଠୀ ପୂଜା କାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ଭାବରେ ଗଂଗାଧର ପଣ୍ଡା ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରି ଥିଲେ। ଅତିଥି ଭାବେ ବରଗଡ ଟାଟା ପାୱାର ଏଗଯୁକୁଟିଭ ଇଂଜିନିୟର ବିଭୂତି ଭୂଷଣ ଶତପଥୀ ଓ ଭେଡେନ ଏସଡିଓ ପ୍ରଦୀପ୍ତ କୁମାର ଷଡଙ୍ଗୀ ଯୋଗ ବାବା ବିଶ୍ବକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଥୁଆପାଲି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୂଜା କାର୍ଯ୍ୟ ସହଯୋଗ କରିଥିଲେ।