ତହସିଲଦାର ପଦବି ପୂରଣ ନ ହେବା ଯାଏଁ କାଶୀପୁର ବ୍ଲକ କଂଗ୍ରେସ ଧାରଣା।

Spread the love

Slug—— ତହସିଲଦାର ପଦବି ପୂରଣ ନ ହେବା ଯାଏଁ କାଶୀପୁର ବ୍ଲକ କଂଗ୍ରେସ ଧାରଣା।

ରାୟଗଡା ଜିଲ୍ଲା କାଶୀପୁର ରେ ଦୀର୍ଘ ବର୍ଷ ଧରି ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କ ସ୍ଥାୟୀ ପଦବୀ ପୂରଣ ହୋଇ ପାରୁ ନାହିଁ ଯଦ୍ୱାରାମଟାମୋଟି ଭାବେ ସମଗ୍ର କାଶୀପୁର ବ୍ଲକ ବାସିନ୍ଦା ତହସିଲ କାର୍ଯ୍ୟ ପାଇବାରେ ପ୍ରଭାବିତ ହେଉଛନ୍ତି।କାଶୀପୁର ତହସିଲରେ ୪୧୭ଟି ଗ୍ରାମ ରହିଛି ଏବଂ ଶିକ୍ଷା, ଛାତ୍ରବୃତ୍ତି, ନିଯୁକ୍ତି ଏବଂ ସାମାଜିକ ସୁରକ୍ଷା ଯୋଜନା ପାଇଁ ଆବଶ୍ୟକୀୟ ବାଧ୍ୟତାମୂଳକ ପ୍ରମାଣପତ୍ର ନଥିବାରୁ ଲକ୍ଷ ଲକ୍ଷ ବାସିନ୍ଦା, ବିଶେଷକରି ଗରିବ ଗ୍ରାମବାସୀ, ଛାତ୍ର, ବେକାର ଯୁବକ ଏବଂ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବର୍ତମାନ କଲ୍ୟାଣୀ ସିଙ୍ଗପୁର ବ୍ଲକ ତହସିଲଦାର ଉଭୟ କାଶୀପୁର ବ୍ଲକ ଓ କଲ୍ୟାଣୀ ସିଙ୍ଗପୁର ବ୍ଲକ ପାଇଁ ଜଣେ ହିଁ କାର୍ଯ୍ୟନିର୍ବାହ ଦାୟିତ୍ୱ ଥିବା ବେଳେ ଅନେକ ଦିନ ରୁ ସେ ଅନୁପସ୍ଥିତ ରହୁଛନ୍ତି। ମୁଖ୍ୟତଃ କାଶୀପୁର ବ୍ଲକ ସମଗ୍ର ରାୟଗଡା ଜିଲ୍ଲାରେ ଏକ ବିରାଟ ଜନବହୁଳ ବ୍ଲକ ହୋଇଥିବା ସ୍ଥଳେ କାଶୀପୁର ତହସିଲ ରେ ସାଧାରଣ ଲୋକଙ୍କ କାର୍ଯ୍ୟରେ ସମ୍ପୂର୍ଣ ବାଧା ସୃଷ୍ଟି ହୋଇଅଛି।ଏଣୁ ବ୍ଲକ କଂଗ୍ରେସ ପକ୍ଷରୁ କାଶୀପୁର ଠାରେ ତୁରନ୍ତ ତହସିଲଦାର ନିଯୁକ୍ତି ପାଇଁ ଗତ ତା ୧୭/୧୧/୨୫ ରେ ରାୟଗଡା ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ଏବଂ ଏହା ବ୍ୟତୀତ ବ୍ଲକ କଂଗ୍ରେସ ପକ୍ଷରୁ ପୂଣି ତା ୨୧/୧୧/୨୫ ରେ ୭ ଦିନ ଭିତରେ ସ୍ଥାୟୀ ତହସିଲଦାର ଓ ଅତିରିକ୍ତ ତହସିଲଦାର ପଦବୀ ପୂରଣ ନ କରାଗଲେ ପରବର୍ତ୍ତୀ ସମୟରେ ତହସିଲ କାର୍ଯ୍ୟାଳୟ ଶମ୍ବୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଦିଆଯାଇଥିଲା।କିନ୍ତୁ ଏ ଦିଗରେ ପ୍ରଶାସନ କୌଣସି କର୍ଣ୍ଣପାତ ବା ଦୃଷ୍ଟି ଆକର୍ଷଣ ଦେଉନଥିବା ହେତୁ ଆଜି ଠାରୁ କାଶୀପୁର ବ୍ଲକ କଂଗ୍ରେସ ତହସିଲଦାର ପଦବୀ ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟ ଶମ୍ବୁଖରେ ଧାରଣା ଦେଇଥିବା ସଂସଦ ପ୍ରତିନିଧି ସାନ୍ଧୁ ଚରଣ ମାଝୀ ଏବଂ ଅଙ୍ଗଦ ନାଏକ ପ୍ରତିକ୍ରିୟା ଦେଇଛନ୍ତି। ଧାରଣକୁ କାଶୀପୁର ଅକିଲ ସଂଘ ସମର୍ଥନ ଦେଇଥିବାର ପ୍ରକାଶ କରିଛନ୍ତି ସଭାପତି କନେଇଲାଲ ଜଏନ। ସମର୍ଥନ ଜଣାଇଥିବାରୁ ବ୍ଲକ କଂଗ୍ରେସ ପକ୍ଷରୁ ଅକିଲ ସଙ୍ଘ କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ