ଡ଼ଙ୍ଗାସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅପଗ୍ରେଡ ଦାବି ନେଇ ଛାତ୍ରଛାତ୍ରୀଙ୍କ ଗଣଧାରଣା

ଡ଼ଙ୍ଗାସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅପଗ୍ରେଡ ଦାବି ନେଇ ଛାତ୍ରଛାତ୍ରୀଙ୍କ ଗଣଧାରଣା
Spread the love

ଡ଼ଙ୍ଗାସିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅପଗ୍ରେଡ ଦାବି ନେଇ ଛାତ୍ରଛାତ୍ରୀଙ୍କ ଗଣଧାରଣା

କାଶୀପୁର12/12)କାଶୀପୁର ବ୍ଲକ ଡ଼ଙ୍ଗାସିଲ ପଞ୍ଚାୟତ ସଦର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଅପଗ୍ରେଡ କରି ହାଇସ୍କୁଲ ମାନ୍ୟତା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଥିଲେ ।

ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକରେ ତାଲା ଠୁଙ୍କିଧାରଣା ଦେବା ଫଳରେ ବିଦ୍ୟାଳୟ କାର୍ଯ୍ୟକ୍ରମ ବାଧା ସୃଷ୍ଟି ହୋଇ ଥିଲା ।ଏହି ସମୟରେ ଡ଼ଙ୍ଗାସିଲ ରାସ୍ତା ଦେଇ ଯାଉ ଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀମାଝୀ ଛାତ୍ରଛାତ୍ରୀ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ହସ୍ତକ୍ଷେପ ନେଇ ରାୟଗଡ଼ା ଡ଼ିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।କାଶୀପୁର ବିଇଓ ଉମର ସିଂ ନାୟକ ନିର୍ଦ୍ଦେଶରେଏବିଇଓ ପବିତ୍ର ମୋହନ ନାଏକ ଏବଂ ସିଆର ସିସି ଦୁଲ୍ଲଭ ସାଉନ୍ତା ପ୍ରମୁଖ ବିଦ୍ୟାଳୟରେ ପହଞ୍ଚି ହାଇସ୍କୁଲ ଘୋଷଣାରେ ବିଭାଗ ପକ୍ଷରୁ ପଦକ୍ଷେପନିଆ ଯାଇ ଥିବାର ଛାତ୍ରଛାତ୍ରୀ ସହିତ ଅଭିଭାବିକ ମାନଙ୍କୁ ଅବଗତକରି ବୁଝା ସୁଝା କରିଥିଲେ ।ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ପାଇବା ପରେ ଛାତ୍ରଛାତ୍ରୀମାନେଧାରଣାପ୍ରତ୍ୟାହାର କରିଥିଲେ ।

1957ସ୍ଥାପିତ ଡ଼ଙ୍ଗାସିଲଉଚ୍ଚପ୍ରାଥମିକବିଦ୍ୟାଳୟ ର ଆଠଟି ଶ୍ରେଣୀରେ*251ଜଣ ଛାତ୍ରଛାତ୍ରୀଅଧ୍ୟୟନକରୁଛନ୍ତି ।ପଞ୍ଚାୟତ ସଦର ମହକୁମାରେ ମଙ୍ଗଳ ବିଭାଗର ଆବାସିକ ବାଳିକାଉଚ୍ଚ ବିଦ୍ୟାଳୟ ରହି ଥିଲେ ହେଁ ବାଳକ ମାନଙ୍କ ପାଇଁ ହାଇସ୍କୁଲରେ ପଢ଼ିବାର ସୁବିଧାନାହିଁ ।ଯାହା ଫଳରେପ୍ରାଥମିକ ବିଦ୍ୟାଳୟ ରୁ ଅଷ୍ଟମପାସ ପରେ ଅନ୍ୟହାଇସ୍କୁଲରେ ନାମ ଲେଖାଇବା ପାଇଁ ହଇରାଣ ହେଉ ଛନ୍ତି । ପଢ଼ିବାର ସୁବିଧା ନ ଥିବାରୁ ବହୁ ଜଣ ଅଧାରୁପାଠ ଛାଡ଼ି ବାକୁ ବାଧ୍ୟ ହେଉଛନ୍ତି ।

ହାଇସ୍କୁଲମାନ୍ୟତା ଦେବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଉ ଥିଲେ ସୁଦ୍ଧାବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ