ଟ୍ରାକ୍ଟର ମାଡି ଯାଇ ୧୧ ଛେଳି ମୃତ

ଟ୍ରାକ୍ଟର ମାଡି ଯାଇ ୧୧ ଛେଳି ମୃତ
Spread the love

କାଶୀନଗର ବ୍ଲକ ନୀଳକଣ୍ଠପୁର ଗ୍ରାମ ଠାରେ ପ୍ରବଳ କୁହୁଡିରେ ରାସ୍ତା ଦେଖା ନ ଯାଇ ଟ୍ରାକ୍ଟର ମାଡି ଯାଇ ୧୧ ଛେଳି ମୃତଗଜପତି:୨୬/୧୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲାରେ ଗତ କିଛି ଦିନ ଧରି ପ୍ରବଳ କୁହୁଡି ଅନୁଭୂତ ହେଉଛି । କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ କିଛି ବି ଦେଖା ଯାଉନାହିଁ । ଏହି ପ୍ରବଳ କୁହୁଡି ଯୋଗୁଁ ଆଜି ଭୋର ସକାଳେ ଗଜପତି ଜିଲ୍ଲାର କାଶୀନଗର ବ୍ଲକର ନୀଳକଣ୍ଠପୂର ଗ୍ରାମରେ ଏକ ଟ୍ରାକ୍ଟର ମାଡି ଯାଇ ୧୧ ଗୋଟି ଛେଳିର ଶୋଚନୀୟ ମୃତ୍ୟୁ ଘଟିଛି । କୁହୁଡି ଯୋଗୁଁ ରାସ୍ତା ଦେଖା ଯାଇନଥିଲା. ନୀଳକଣ୍ଠପୂର ଗ୍ରାମର ପି. କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କ ଛେଳି ଗୁଡିକ ରାସ୍ତା କଡ଼ରେ ଶୋଇଥିବା ବେଳେ ଟ୍ରାକ୍ଟରଟି ମାଡି ଯାଇଥିଲା । ଏହାଦ୍ୱାରା ୧୧ଗୋଟି ଛେଳିର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଏହି ଘଟଣା ଘଟାଇ ଟ୍ରାକ୍ଟରଟି ଧରି ଡ୍ରାଇଭର ଭୟରେ ଚାଲି ଯାଇଥିଲା । କିଛି ଦୂରରେ ଛେଳି ମାଲିକଙ୍କ ସମ୍ପରିକୀୟମାନେ ଟ୍ରାକ୍ଟରଟିକୁ ଅଟକାଇ ଥିଲେ । ଏହାପରେ ଘଟଣା ସ୍ଥଳରେ ଟ୍ରାକ୍ଟର ମାଲିକ ପହଞ୍ଚି ୩୫ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିଲେ ।