ଟିକାବାଲି କଲେଜରେ ସ୍ୱାସ୍ଥ୍ୟସଚେତନତା କାର୍ଯ୍ୟକ୍ରମ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ. ସି.ଏସ ମହାବିଦ୍ୟାଳୟ ରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭ୍ର ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆମ ସ୍ୱାସ୍ଥ୍ୟ ଆମ ହାତରେ ହାତର ନଖ ଠୁ ଆରମ୍ଭ କରି ବିଭିନ୍ନ ରୋଗରୁ କିପରି ରକ୍ଷା ପାଇବା ଆଲୋଚନା କରିଥିଲେ ଡାକ୍ତର ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ଛାତ୍ରୀ ମାନଙ୍କ ଯେଉଁ ସ୍ୱାସ୍ଥ୍ୟ ଗତ ସମସ୍ୟା ରହୁଛି, ସମସ୍ୟା ଆସିଲେ କିପରି କେଉଁ କେଉଁ ପରୀକ୍ଷା କରି ସୁସ୍ଥ କିପରି ରହିପାରିବା ପରାମର୍ଶ ଦେଇଥିଲେ l
ଫାର୍ମାସିଷ୍ଟ ଦିବାକର ସାହୁ, ଏ. ଏନ. ମ ଭବାନୀ ପ୍ରସାଦ ପ୍ରଧାନ ସହଯୋଗ କରିଥିଲେ, ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ ଅତିଥି ପରିଚୟ ଦେଇଥିବାବେଳେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଜ୍ଞାନ ରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଧ୍ୟାପକ ଅଭୟ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
