ଟିକାବାଲି ଅଞ୍ଚଳ ରାସ୍ତାରେ ଗଛ ପଡ଼ି ୨ ଘଣ୍ଟା ରାସ୍ତା ଅବରୋଧ ,ଯାତାୟତ ଠପ୍…

ଟିକାବାଲି ଅଞ୍ଚଳ ରାସ୍ତାରେ ଗଛ ପଡ଼ି ୨ ଘଣ୍ଟା ରାସ୍ତା ଅବରୋଧ ,ଯାତାୟତ ଠପ୍...
Spread the love

ଟିକାବାଲି ଅଞ୍ଚଳ ରାସ୍ତାରେ ଗଛ ପଡ଼ି ୨ ଘଣ୍ଟା ରାସ୍ତା ଅବରୋଧ ,ଯାତାୟତ ଠପ୍…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ୍ ରେ ବିଭିନ୍ନ ସ୍ଥାନରେ ୨ ଘଣ୍ଟାକାଳ ବର୍ଷା, ସହିତ ଘଡ଼ଘଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର ବର୍ଷାରେ ଟିକାବାଲି ବ୍ଲକ୍ ଅନ୍ତର୍ଗତ ବୁର୍ବୀନାଜୁ ଗ୍ରାମର ସ୍କୁଲର ପାଚେରି ଲାଗି ରହିଥିବା ବଡ଼ ବିରାଟ ବରଗଛ ରାସ୍ତାରେ ଟଳି ପଡ଼ିଥିଲା । ଯାହା ଫଳରେ ଟିକାବାଲି ଠାରୁ ପାବୁରିଆ ଯିବି ଆସିବା ପାଇଁ ଯାତାୟାତ ଦୁଇଘଣ୍ଟା ପ୍ରୋର୍ଯ୍ୟନ୍ତ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ବର୍ଷା ଓ ଘଡ଼ଘଡ଼ି ଗତିବିଧି କମିଲା ପରେ ବୁର୍ବୀନାଜୁ ଗ୍ରାମବାସୀ ମାନେ ଅଗ୍ନିଶମ କୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ରିସ୍ତାରେ ପଡ଼ିଥିବା ବିରାଟ ବରଗଛ କୁ କାଟି ରାସ୍ତାରୁ ହୋଟାଇଲା ପରେ ଯାନ ବାହାନ ଚଳାଚଳ ହୋଇଥିଲା କିନ୍ତୁ କାହାର ମଧ୍ୟ କୈାଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।ଏଭଳି ଆଜିର ବର୍ଷାରେ ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମର କୁମ୍ଭାର ସାହିରେ ଥିବା ପଥର ଗାର୍ଡଓ୍ବାଲ୍ ମଧ୍ୟ ଧୋଇ ଦେଇଥିବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ସୋଇଥିବା ଦେଖିବାକୁ ମିଳିଥିଲା ।