ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ “ଜାତୀୟ ଗଣିତ ଦିବସ”ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟ ତା.୨୨-୧୨-୨୦୨୫ରିଖ ସୋମବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ “ଜାତୀୟ ଗଣିତ ଦିବସ” ପାଳିତ ହୋଇଯାଇଛି।ଏ ଅବସରରେ ପୂର୍ବତନ ଛାତ୍ର ଶ୍ରୀମାନ୍ ବିବେକ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ ହେବାକୁ ମାର୍ଗଦର୍ଶନ ଦେଇଥିଲେ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଶ୍ରୀମାନ୍ ତାପସ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଜାତୀୟ ଗଣିତ ଦିବସ ପାଳନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମକୁ ସୁଶ୍ରୀ ରଶ୍ମିତା ବାରିକ ପରିଚାଳନା କରିଥିବାବେଳେ ଶ୍ରୀମତୀ ଶ୍ରୁତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ବାରା ଜାତୀୟ ଗଣିତ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମସ୍ତ ଗୁରୁମା ଗୁରୁଜୀଙ୍କ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
