ଦୋକାନକୁ ପଶିଗଲା ମାଲବାହୀ ଟ୍ରକ୍‌; ଜଣେ ମୃତ, ୩ ଗୁରୁତର – ଜୟପୁର

ଦୋକାନକୁ ପଶିଗଲା ମାଲବାହୀ ଟ୍ରକ୍‌; ଜଣେ ମୃତ, ୩ ଗୁରୁତର – ଜୟପୁର
Spread the love

ଦୋକାନକୁ ପଶିଗଲା ଟ୍ରକ୍‌, ଜଣେ ମୃତ – ୩ ଗୁରୁତର

ଜୟପୁର: ସଦର ଥାନା ଅଧୀନ ବାରିଣୀପୁଟ ପଞ୍ଚାୟତ ନିକଟରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମାଲ୍ ବୋଝେଇ ଯାଉଥିବା ଟ୍ରକ୍‌ଟି ଭାରସାମ୍ୟ ହରାଇ ହଠାତ୍ ରାସ୍ତା ପାଖରେ ଥିବା ଏକ ଦୋକାନ ଭିତରକୁ ପଶିଯାଇଥିଲା।ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ଅସ୍ପତାଳକୁ ପଠାଯାଇଛନ୍ତି। ଟ୍ରକ୍‌ର ସମ୍ମୁଖ ଭାଗ ଚୁର୍ମାର ହୋଇଯାଇଛି।ଘଟଣାସ୍ଥଳକୁ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଉତ୍ୟକ୍ତ ସ୍ଥାନୀୟ ଲୋକମାନେ ଏନ୍‌ଏଚ୍‌-୨୬କୁ ଅବରୋଧ କରି ରାସ୍ତାରୋକ କରିଥିବା ସୂଚନା ମିଳିଛି।