ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ଅନଲାଇନ୍ ସାଇବର ସେଫ୍ଟି କାର୍ଯ୍ୟକ୍ରମ – ୧୬ ଦିନିଆ ଅଭିଯାନ ସମାପନୀ ଓ ମାନବାଧିକାର ଦିବସ ଉଦ୍‌ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ଅନଲାଇନ୍ ସାଇବର ସେଫ୍ଟି କାର୍ଯ୍ୟକ୍ରମ – ୧୬ ଦିନିଆ ଅଭିଯାନ ସମାପନୀ ଓ ମାନବାଧିକାର ଦିବସ ଉଦ୍‌ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ।
Spread the love

ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ଅନଲାଇନ୍ ସାଇବର ସେଫ୍ଟି କାର୍ଯ୍ୟକ୍ରମ – ୧୬ ଦିନିଆ ଅଭିଯାନ ସମାପନୀ ଓ ମାନବାଧିକାର ଦିବସ ଉଦ୍‌ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି -10/12/ମନୋଜ ପାଢ଼ୀ/ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମେତ ଅନଲାଇନ୍ ସାଇବର ସେଫ୍ଟି ସଚେତନତା କାର୍ଯ୍ୟକ୍ରମ ଏବଂ ୧୬ ଦିନିଆ ଲିଙ୍ଗଭିତ୍ତିକ ହିଂସା ବିରୋଧୀ ଅଭିଯାନ ଓ ମାନବାଧିକାର ଦିବସ ଉଦ୍‌ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥିରୂପେ ଯୋଗଦେଇ “ବେଟି ବଚାଓ ବେଟି ପଢ଼ାଓ ଅଭିଯାନ , କନ୍ୟାଶିଶୁ ସଶକ୍ତିକରଣ, ଏବଂ ବର୍ତ୍ତମାନ ସମାଜରେ ସାଇବର ସୁରକ୍ଷା ଓ ସଚେତନତାର ଆବଶ୍ୟକତା ବିଷୟରେ ସାରଗର୍ଭକ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର ,ପାରଳାଖେମୁଣ୍ଡି ଆଦର୍ଶ ଥାନାର ଇନ୍ସପେକ୍ଟର ଇନଚାର୍ଜ ଶ୍ରୀ ପ୍ରଶାନ୍ତ ଭୂପତି,ସାଇବର ରିସୋର୍ସ ପର୍ସନ୍ ଶ୍ରୀ ସଞ୍ଜୟ ପାଢ଼ୀ ଓ ଶ୍ରୀ ଗୋପାଳ ପାଢ଼ୀବନ୍ଧନ ବ୍ୟାଙ୍କ ମ୍ୟାନେଜର , ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡିଏସଡବ୍ଲ୍ୟୁ: କାର୍ଯ୍ୟାଳୟର ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସମସ୍ତ ଅତିଥିମାନେ ସାଇବର ସୁରକ୍ଷା ପାଇଁ ୫ଟି ମହତ୍ୱପୂର୍ଣ୍ଣ ସଚେତନତା ବିନ୍ଦୁ (୧)- କ୍ୟୁ:ଆର: କୋଡ଼ ସ୍କାମରୁ ସାବଧାନ ରୁହନ୍ତୁ । କୌଣସି ପେମେଣ୍ଟ୍ ଗ୍ରହଣ କରିବା ପାଇଁ ଆପଣଙ୍କୁ କୌଣସି QR କ୍ୟୁ:ଆର: କୋଡ଼ ସ୍କାନ୍ କରିବାକୁ ପଡ଼ିବ ନାହିଁ । ଯଦି କେହି ଆପଣଙ୍କୁ ଟଙ୍କା ପଠାଇବା ପାଇଁ କ୍ୟୁ:ଆର୍: କୋଡ଼ ସ୍କାନ୍ କରିବାକୁ କୁହେ , ତେବେ ଜାଣନ୍ତୁ ଯେ , ଏହା ଏକ ଠକେଇ । କ୍ୟୁ:ଆର: କୋଡ଼ କେବଳ ଟଙ୍କା ପଠାଇବା ପାଇଁ ବ୍ୟବହୃତ ହୋଇଥାଏ । ସେହିଭଳି(୨):- ଲୋନ୍ ଆପ୍ ଠକେଇରୁ ଦୂରେଇ ରୁହନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ନ ଥିବା ଅନେକ ବେଆଇନ ଲୋନ୍ ଆପ୍ ଅଛି। ଏହି ଆପ୍ ମାଧ୍ୟମରେ ଲୋନ୍ ନିଅନ୍ତୁ ନାହିଁ। ଏମାନେ ଅଧିକ ସୁଧ ନେବା ସହିତ ଆପଣଙ୍କ ତଥ୍ୟ ଚୋରି କରି ବ୍ଲାକମେଲ୍ କରିପାରନ୍ତି।(୩):- ସରକାରୀ ଯୋଜନାର ନକଲି ମେସେଜ୍ , ସରକାରୀ ଯୋଜନା-(ଯେପରିକି ମାଗଣା ଲାପଟପ୍ , ସ୍କୁଟି , କିମ୍ବା ଆବାସ ଯୋଜନା) ନାଁରେ ଆସୁଥିବା ମିଥ୍ୟା ଏସ:ଏମ:ଏସ: କିମ୍ବା ୱାଟସ-ଆପ ମେସେଜ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ।

ସବୁବେଳେ ସରକାରୀ ୱେବସାଇଟ୍ ଯାଞ୍ଚ କରନ୍ତୁ।(୪):-ସୋସିଆଲ୍ ମିଡିଆ ଆକାଉଣ୍ଟର ସୁରକ୍ଷା ନିଜ ଫେସବୁକ୍ , ଇନଷ୍ଟାଗ୍ରାମ , କିମ୍ବା ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାଇଭେସି ସେଟିଙ୍ଗସ’କୁ ମଜବୁତ କରନ୍ତୁ। ଆପଣଙ୍କ ପୋଷ୍ଟ କେବଳ ଆପଣଙ୍କ ବନ୍ଧୁମାନେ ଦେଖିବା ଭଳି ସେଟିଙ୍ଗସ୍ କରନ୍ତୁ।(୫):- ଏଟିଏମ:/ୟୁ:ପି:ଆଇ: ପିନ୍ ଗୋପନୀୟ ରଖନ୍ତୁ , କେବେ ବି କାହା ସହିତ ଆପଣଙ୍କର ଏ:ଟି:ଏମ:-ପିନ୍ , ୟୁପିଆଇ: ପିନ୍ କିମ୍ବା ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ପାସୱାର୍ଡ ସେୟାର୍ କରନ୍ତୁ ନାହିଁ। ବ୍ୟାଙ୍କ କର୍ମଚାରୀ କେବେବି ଆପଣଙ୍କଠାରୁ ଏହି ସୂଚନା ମାଗନ୍ତି ନାହିଁ।ମହିଳା–ଶିଶୁ ସୁରକ୍ଷା , ସାଇବର ବୁଲିଙ୍ଗ୍‌ , ଅନଲାଇନ୍ ଠକେଇ ରୋକଥାମ ଓ “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଗୁରୁତ୍ୱ ବିଷୟରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ । ଆଇ:ଏସ:ଆର:ଡି: ୱାନ-ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରସାଶିକା ଶ୍ରୀମତୀ ସୁନୀତା ରଥ କେନ୍ଦ୍ରକୁ ଆସିଥିବା ସାଇବର କ୍ରାଇମ୍ କେସ’ର ଏକ ଉଦାହରଣ ଦେଇ କିପରି ସାଇବର ସୁରକ୍ଷା କରାଯାଇ ପାରିବ , ସେହି ବିଷୟରେ ବୁଝାଇଥିଲେ ।ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ମାନବାଧିକାର ଦିବସର ମୂଲ୍ୟବୋଧ ଓ ସମତା–ନ୍ୟାୟ ପ୍ରତି ନାଗରିକଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ।

ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ କରା ଯାଇଥିବା ଅଭିଯାନର ସଫଳତା ଉଲ୍ଲେଖ କରି ଆଇଏସଆରଡି: ୱାନ-ଷ୍ଟପ ସେଣ୍ଟର୍ ଓ ଜିଲ୍ଲା ପ୍ରଶାସନ’ଙ୍କ ସହଯୋଗର ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହାରାଜା ବାଳକ ହାଇସ୍କୁଲ୍ , ମହେନ୍ଦ୍ରଗିରି ହାଇସ୍କୁଲ୍ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ମହିଳା ଜୁନିୟର କଲେଜ୍ , ଉତ୍କଳ ବାଳାଶ୍ରମର ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ, ଆଙ୍ଗନୱାଡ଼ି କର୍ମୀ , ସୁପରଭାଇଜର , ପ୍ରୋଗ୍ରାମ୍ ଅଫିସର , ସିଡିପିଓ: ଗଣ , ଶକ୍ତି ସଦନ , ୱାନ-ଷ୍ଟପ ସେଣ୍ଟର , ଡିଏଚ୍ଇଡବ୍ଲ୍ୟୁ: , ଡିଏସଡବ୍ଲ୍ୟୁଓ: ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଉତ୍କଳ ବାଳଶ୍ରମର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇବର ସୁରକ୍ଷା ଉପରେ ଏକ ରୋଲ ପ୍ଲେ କରା ଯାଇଥିଲା ।

ଆଜିର ଉଦ୍ୟମ ଜିଲ୍ଲାବାସୀଙ୍କ ମଧ୍ୟରେ ସାଇବର ସୁରକ୍ଷା , ନାରୀ–ଶିଶୁ ସଶକ୍ତିକରଣ , ଏବଂ ମାନବାଧିକାର ସଚେତନତା ବିଷୟରେ ଦୃଢ଼ ବାର୍ତ୍ତା ପହଞ୍ଚାଇ —ନିରାପଦ , ସଚେତନ ଓ ଶୃଙ୍ଖଳିତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।