ଜାନ୍ଡୋଲ ଠାରେ ଭୁଲିଆ ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

Spread the love

ଜାନ୍ଡୋଲ ଠାରେ ଭୁଲିଆ ସମାଜ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଜାନ୍ଡୋଲ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ କରୁଣାକର ମେହେର। ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ମନୋଜ କୁମାର ପଣ୍ଡା, ଅଧ୍ୟାପକ ମଦନମୋହନ କ୍ଷେତି, ସଂବଲପୁରୀ ଗବେଷକ ତଥା କବି ଉତ୍ପନ୍ନ କୁମାର ଭୋଇ। ସମ୍ମାନିତ ଅତିଥି ଭାବେ ବ୍ୟଂଗ କବି ଦେବେନ୍ଦ୍ର କୁମାର ସାହୁ, ଯୁବକବି ମନୋରଞ୍ଜନ ଲୁହା, ହାସ୍ୟତଡକା କବି ଶିଶିର କୁମାର ପୁରୋହିତ, ବ୍ୟଂଗ ସାହିତ୍ୟିକ କବି ନରେନ୍ଦ୍ର କୁମାର ମହାନ୍ତି। ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ହସାଇ ହସାଇ ବେଦମଂ କରିଥିଲେ। ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପର,ଜାନ୍ଡୋଲ ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ଟପର ଓ ଭେଡେନ ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ସୁନା ଓ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସମୟରେ ଭୁଲିଆ ସମାଜ ସଭାପତି ଡାକ୍ତର ମେହେର, ସମ୍ପାଦକ ମୂରଲୀଧର ମେହେର ସମେତ ଭୁଲିଆ ସମାଜ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବା ରେ ସହଯୋଗ କରିଥିଲେ।