ଜନ୍ମ ଦିନରେ ରକ୍ତଦାନ ଶିବିର। ୨୬ୟୁନିଟ ରକ୍ତ ସଂଗୃହୀତ।

Spread the love

ଜନ୍ମ ଦିନରେ ରକ୍ତଦାନ ଶିବିର। ୨୬ୟୁନିଟ ରକ୍ତ ସଂଗୃହୀତ। ସେମିଳିଗୁଡା.ତାରିଖ ୨୭.୭.୨୦୨୫.ସୁନାବେଡା ହାଲର କର୍ମଚାରୀ ଆନନ୍ଦମୌଳୀ ପଟ୍ଟନାୟକ ଓ ସ୍ନେହା ତାଙ୍କର ସୁପୁତ୍ର ଆଶିଷ ଓ ବୋହୁ ହେମାଙ୍କର ଜମଜ ପୁତ୍ର ଶ୍ରେୟାସ୍ ଓ ଅଶ୍ବିନଙ୍କ ପ୍ରଥମ ଜନ୍ମ ଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଉପଲକ୍ଷେ ସେମିଳିଗୁଡାର କୁନ୍ଦୁଲୀ ଗୁରୁକୁଳ ଆଶ୍ରମରେ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ଜଜ୍ଞ ଓ ସଂସ୍କାର କରାଯାଇଥିଲା। ଏହାପରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ଥିଲା।ଶିବିରରେ ପଟ୍ଟନାୟକ ଦମ୍ପତ୍ତି,ଶିଶୁମାନଙ୍କ ବାପା ଆଶିଶ ଓ ବନ୍ଧୁ ପରିଜନ,ଅତିଥିମାନେ ରକ୍ତଦାନ କରିଥିଲେ। ସମୁଦାୟ ୨୬ ୟୁନିଟରକ୍ତ ସଂଗ୍ରହ ହୋଇ ଥିଲା।ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଏଫବିଡିଓର ପ୍ରଦୀପ କୁମାର ତ୍ରିପାଠୀ,ସ୍ନିଗ୍ଧାରାଣୀମିଶ୍ର,ନରେଶ ଚନ୍ଦ୍ର ସାହୁ,ଡକ୍ଟର ଚିତ୍ତରଞ୍ଜନ ମିଶ୍ର,ଯୋଗଦେଇ ସହଯୋଗ କରିଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।ଅନ୍ୟମାନଙ୍କ ମଧ୍ଯରେ ବିଜୟ ସାହୁ,ଚିନ୍ତାମଣି ପୁଷ୍ଟି,ଗଣେଷ ସାହୁ ଉପସ୍ଥିତ ରହି ସମସ୍ତଙ୍କୁ ଉସ୍ଚାହିତ କରିଥିଲେ। କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ଶୈଳଜା ଷ୍ଟେଲା ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଏପରି କାର୍ଯ୍ଯକୁ ସମସ୍ତେ ପ୍ରଶଂସା କରିଛନ୍ତି।