ଛେଳିଗଡ଼ ମେଡିକାଲ ରେ ରକ୍ତଦାନ ଶିବିର ।

ଛେଳିଗଡ଼ ମେଡିକାଲ ରେ ରକ୍ତଦାନ ଶିବିର ।
Spread the love

ଛେଳିଗଡ଼ ମେଡିକାଲ ରେ ରକ୍ତଦାନ ଶିବିର ।

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା, ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ମାଧ୍ୟମରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ 13 ୟୁନିଟ ରକ୍ତ ସଂଗୃହିତ ହୋଇଛି l ମୁଖ୍ୟ ଅତିଥି ରା. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଯୋଗଦେଇ ଶିବିରକୁ ଉଦଘାଟନ କରିଛନ୍ତି l କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ପଟନାୟକ, ସରପଞ୍ଚ ସନ୍ତୋଷୀ ପାଇକ, ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଅନିତା ସାହୁ ଯୋଗଦେଇଥିଲେ l ଶିବିର କୁ ଫାର୍ମାସିଷ୍ଟ କୃଷ୍ଣ ଚନ୍ଦ୍ର ରଣା ପରିଚାଳନା କରିଥିବା ବେଳେ ପାରଳାଖେମୁଣ୍ଡି ରକ୍ତ ଭଣ୍ଡାର କର୍ମଚାରୀ ରକ୍ତ ସଂଗ୍ରହ କରିଛନ୍ତି ।