ଚ଼ାଳକଙ୍କ ବେପାରୁଆ ଗାଡ଼ି ଚ଼ାଳନା : ମାକ୍ସ ପିକ୍ଅପ ଓଲଟି ୪ ଗୁରୁତର ।

Spread the love

ଚ଼ାଳକଙ୍କ ବେପାରୁଆ ଗାଡ଼ି ଚ଼ାଳନା : ମାକ୍ସ ପିକ୍ଅପ ଓଲଟି ୪ ଗୁରୁତର । ଆର,ଉଦୟଗିରି,( ମନୋଜ କୁମାର ପାଢୀ):ମାକ୍ସ ପିକଅପ ଗାଡ଼ି ଚାଳକଙ୍କ ବେପାରୁଆ ଗାଡ଼ି ଚ଼ାଳନା ଯୋଗୁଁ ଆଜି ଅଳ୍ପକେ ବଞ୍ଚିଯାଇଛନ୍ତି ୧୦ ଜଣ ଶ୍ରମିକ।ସୂଚ଼ନା ମୁତାବକ ଟିପିଏସଓଡ଼ିଲ ଚନ୍ଦ୍ରଗିରି ବିଦ୍ୟୁତ ବିଭାଗରେ ଆଖଣ୍ଡଳମଣୀ ନାମକ କମ୍ପାନୀ ପକ୍ଷରୁ କାର୍ଯ୍ୟରତ ଥିବା ୧୦ ଜଣ ଶ୍ରମିକ ଅଡ଼ବା ଅଞ୍ଚଳରୁ କାମ ସାରି ମାକ୍ସ ପିକ ଅପ ଗାଡ଼ି ନଂ ଓଡ଼ି୦୫ ବିଭି୭୩୭୫ ଯୋଗେ ଚନ୍ଦ୍ରଗିରି ଫେରୁଥିବା ବେଳେ ମୋହନା ଥାନା ଅନ୍ତର୍ଗତ ଚାପଡ଼ାପଙ୍କା ଜାତୀୟ ରାଜପଥ ବୁଲାଣି ରାସ୍ତାରେ ଚାଳକ ଗାଡ଼ିର ଭାରସାମ୍ୟ ରକ୍ଷା କରିନପାରି ପ୍ରାୟ ୧୦ ଫୁଟ ରାସ୍ତା କଡ଼କୁ ଗାଡ଼ିଟି ଓଲଟି ପଡ଼ିଥିଲା। ଯାହା ଫଳରେ ଗାଡ଼ିରେ ବସିଥିବା ୧୦ ଜଣ ଶ୍ରମିକ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ୧୦୮ କର୍ମଚାରୀ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାର ବାପୁନ କୁମାର ମହନ୍ତ(୨୭) ,ଶିବ ବନ୍ଦ୍ରା(୧୯), ରାମ ବାରିକ(୨୦), ମହୁଜି ନାୟକ(୨୩) ଗୁରୁତର ଥିବା ବେଳେ ସେମାନଙ୍କ ମୁଣ୍ଡ, ଛାତି, ଗୋଡ଼ ଓ ହାତକୁ ଗଭୀର ଆଘାତ ଲାଗିଛି। ଆହତ ବାପୁନ କୁମାର ମହାଙ୍କୁଡ଼(୨୩) ,ଦିବା ମଣ୍ଡଳ(୨୮), ରଘୁନାଥ ଥିଆ(୨୦) ରାମ ବାଘୁଆ(୧୫), ତପନ ଦାସ(୨୫) ,ଲୁଲୁ ଥିଆ(୧୮) ଓ ପ୍ରଦୀପ ଥିଆ(୨୦) । ସମସ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ୪ ଜଣଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ରିତେଶ କୁମାର ପାଢ଼ୀ କହିଛନ୍ତି।