ଘରର କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ, ଦୁଇ ଜଣ ଗୁରୁତର

ଘରର କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ, ଦୁଇ ଜଣ ଗୁରୁତର
Spread the love

ଘରର କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ, ଦୁଇ ଜଣ ଗୁରୁତର

ନବରଂଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ବକଡ଼ାବେଡ଼ା ପଞ୍ଚାୟତ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘରର କାନ୍ଥ ଧସି ପଡ଼ିବାରୁ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି।ମୃତ ଶିଶୁକନ୍ୟା ହେଲେ ବୈଶାଖୁ ଭତରାଙ୍କ ଝିଅ ଯମୁନା ଭତରା। ଦୁର୍ଘଟଣା ସମୟରେ ସେ ଘର ଭିତରେ ଥିବା ବେଳେ ହଠାତ୍‌ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଦୁଇ ଶିଶୁ ହେଲେ ଧନନ୍ତି ଭତରା ଓ ଜ୍ୟୋତି ଭତରା।ଆହତ ଦୁଇଜଣଙ୍କୁ ତୁରନ୍ତ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଯାଉଛି। ଘଟଣା ପରେ ସମଗ୍ର ଗ୍ରାମରେ ଶୋକର ଛାୟା ଛାଇଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି।