ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ପାଇଁ ବ୍ଲକ ସ୍ତରୀୟ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ପାଇଁ ବ୍ଲକ ସ୍ତରୀୟ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
Spread the love

ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ପାଇଁ ବ୍ଲକ ସ୍ତରୀୟ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି (ମନୋଜ ପାଢୀ) ଗଜପତି ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ “ମହିଳା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗାରାବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ପାଇଁ ବ୍ଲକ ସ୍ତରୀୟ ଏକ ଆଲୋଚନା ବୈଠକ କାର୍ଯ୍ୟକ୍ରମ ” ମହିଳା ବିକାଶ ପ୍ରତିଷ୍ଠାନର ମୁଖ୍ୟ ତଥା ସମ୍ପାଦିକା ଶ୍ରୀମତୀ ମିନତି ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ବୈଠକ କାର୍ଯ୍ୟକ୍ରମରେ ଗାରାବନ୍ଧା , ଲାବଣ୍ୟଗଡ, ରମ୍ପା ଓ ଘୋରଣି ପଞ୍ଚାୟତର ଗୋଷ୍ଟି ଜଙ୍ଗଲ ପରିଚାଳନା କମିଟିର ୭୦ ଜଣ ସଭ୍ୟ-ସଭ୍ୟା ଯୋଗ ଦେଇଥିଲେ ।ଆଲୋଚନା ବୈଠକ କାର୍ଯ୍ୟକ୍ରମରେ ନାରାୟଣପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ତରଫରୁ ଗାରାବନ୍ଧ୍ ରେଞ୍ଜ ଫରେଷ୍ଟ ଅଫିସର ଶ୍ରୀ ସନ୍ତୋଷ କୁମାର ପରିଚ୍ଛା ଯୋଗ ଦେଇ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ସଠିକ୍ ପରିଚାଳନା ଆବଶ୍ୟକତାର ଗୁରୁତ୍ଵ ଏବଂ ଏଥିପାଇଁ ଜଙ୍ଗଲ ବିଭାଗ ତରଫରୁ କେଉଁ ସବୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆ ଯାଇପାରିବ , ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।ମହିଳା ବିକାଶ ପ୍ରତିଷ୍ଠାନର ସଂଯୋଜକ ଶ୍ରୀ ନଟବର ପାଢ଼ୀ ଆଲୋଚନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୋଷ୍ଟି ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ଆଇନ , ନିୟମ ଓ ଉପଯୁକ୍ତ ପରିଚାଳନାର ଆବଶ୍ୟକତା ଉପରେ କହିଥିଲେ ।ଏତଦ୍ ବ୍ୟତୀତ ଆଲୋଚନା ବୈଠକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସଭ୍ୟ ସଭ୍ୟା ମାନେ ମଧ୍ୟ ଗୋଷ୍ଟି ଜଙ୍ଗଲ ସୁରକ୍ଷା , ବୃଦ୍ଧି ଓ ପରିଚାଳନା ପାଇଁ ପ୍ରସ୍ତୁତ ଗ୍ରାମ ସ୍ତରରେ କରା ଯାଇଥିବା ନୀତିନିୟମ ସମ୍ପର୍କରେ ଉପସ୍ଥାପନା କରାଇଥିଲେ ।ମହିଳା ବିକାଶ ପ୍ରତିଷ୍ଠାନର ଶ୍ରୀ ସନ୍ୟାସୀ ଭୂୟାଁ ବୈଠକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ଶ୍ରୀମତୀ ରଶ୍ମିରେଖା ଭଦ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।