ଗୁମ୍ମା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ।

ଗୁମ୍ମା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ।
Spread the love

ଗୁମ୍ମା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ।ଗଜପତି(ମନୋଜ ପାଢୀ) ତା – 16/09/2025 ରିଖ ଶନିବାର ଦିନ ପି. ଏମ.ଶ୍ରୀ. ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ, ଗୁମ୍ମା, ଗଜପତି ରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ଲିଙ୍ଗରାଜ ପାଢ଼ୀ ଏହି କାର୍ଯକ୍ରମ ରେ ସଭାପତିତ୍ବ କରି ହିନ୍ଦୀ ଭାଷା ର ଇତିହାସ ଓ ବର୍ତ୍ତମାନ ହିନ୍ଦୀ ଭାଷା ର ସ୍ଥିତି ବିଷୟରେ ଅବଗତ କରାଇଥିଲେ।ବିଦ୍ୟାଳୟର ହିନ୍ଦୀ ବିଭାଗ ର ଶିକ୍ଷକ ବିଘ୍ନରାଜ ମଲ୍ଲିକ କାର୍ଯକ୍ରମ ପରିଚାଳନା କରିଥିଲେ। ଆଦି କାଳ ରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ହିନ୍ଦୀ ର ଅଗ୍ରଗତି, ଏହି ଭାଷା ର ଲୋକପ୍ରିୟତା ଓ ହିନ୍ଦୀ ଭାଷା ର ପ୍ରଚାର ପାଇଁ ସରକାରଙ୍କ ପ୍ରୟାସ ଦିଗରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ କବିତା ଆବୃତ୍ତି, ଭାଷଣ, ସାଧାରଣ ଜ୍ଞାନ , ନିବନ୍ଧ ଲେଖନ , ସୁନ୍ଦର ହସ୍ତାକ୍ଷର ଆଦି ପ୍ରତିଯୋଗିତା ର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସର ରେ ବିଦ୍ୟାଳୟରେ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ସଭା ସାଙ୍ଗ କରାଯାଇଥିଲା। ପରିଚାଳନା ରେ ବରିଷ୍ଠ ଶିକ୍ଷକ k Anand Kumar, ଶିକ୍ଷକ ମନୋଜ ପଟ୍ଟନାୟକ ଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ।