ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୁଫ୍ ୱେ : ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଦ୍ବୟକୁ ଆହୁରି ଅଧିକ ଆକାର୍ଷିତ କରାଯିବ ।

ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୁଫ୍ ୱେ : ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଦ୍ବୟକୁ ଆହୁରି ଅଧିକ ଆକାର୍ଷିତ କରାଯିବ ।
Spread the love

ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୁଫ୍ ୱେ : ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଦ୍ବୟକୁ ଆହୁରି ଅଧିକ ଆକାର୍ଷିତ କରାଯିବ ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଲୋକସେବା ଭବନରେ ବରଗଡ଼ର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଉପରେ ଆଲୋଚନା କରିଥିଲେ। ଐତିହାସିକ ଓ ଧାର୍ମିକ ମହତ୍ୱ ରଖୁଥିବା ଗନ୍ଧମାର୍ଦ୍ଧନ ପାହାଡ଼ ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଓଡ଼ିଶା ଓ ଅନ୍ୟରାଜ୍ୟ ମାନଙ୍କ ରୁ ନୃସିଂହନାଥ୍ ଓ ହରିଶଙ୍କର କୁ ଆସିଥାନ୍ତି l ଗନ୍ଧମାର୍ଦ୍ଦନ ର ଗୋଟିଏ ପଟେ ବରଗଡ ଜିଲ୍ଲା ର ନୃସିଂହନାଥ ରୁ ଅପର ପାର୍ଶ୍ଵରେ ଅବସ୍ଥିତ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପାହାଡ଼ ଉପରେ ପାଦଚ଼ଳା ରାସ୍ତାଦେଇ ଲୋକେ ଦୀର୍ଘ ୧୮ କିମି ଅତିକ୍ରମ କରିଥାନ୍ତି । ଏଠାରେ ରୁଫ୍ ୱେ ନିର୍ମାଣ ହେଲେ ଏହି ଦୁଇ ତୀର୍ଥ କ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳି ର ମହାତ୍ଵ ବଡ଼ିବା ସହ ଆଉ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ | ଏହାଦ୍ଵାରା ବାଣିଜ୍ୟ ବ୍ୟବସାୟ ରେ ଅଧିକ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାର ଖୁବ ଶୀଘ୍ର ଏ ଦିଗରେ ପଦକ୍ଷପ ନେବେ ବୋଲି ସାଂସଦ ଶ୍ରୀ ପୁରୋହିତଙ୍କୁ କହିବା ସହ ନୃସିଂହନାଥ ରୁ ହରିଶଙ୍କର ରୁଫ୍ ୱେ ର ଡିପିଆର୍ ତୁରନ୍ତ ପ୍ରସ୍ତୁତ କରିବା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।