ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜେଇ ଜବତ, ଜଣେ ଗିରଫ
Spread the love

ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି, ୫ା୧୨(ମନୋଜ ପାଢୀ): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ ହେଲେ ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମର ମାଥିସ ଲିମା। ଆର.ଉଦୟଗିରି ଅବକାରୀ ନିରୀକ୍ଷକ ମନୁ ଆୟଲଙ୍କ ନେତୃତ୍ୱରେ କର୍ମଚାରୀମାନେ ଚୁଡ଼ଙ୍ଗପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ସନ୍ଦେହରେ ଏକ ବାଇକ(ଓଡ଼ି୦୭ଏ-୨୯୨୩)କୁ ଅଟକାର ଯାଞ୍ଚ କରଥିଲେ। ସେଥିରୁ ଏକ ଜରି ବ୍ୟାଗରେ ଥିବା ଗଞ୍ଜେଇ ମିଳିଥିଲା। ଏହାର ପରିମାଣ ୧୮ କିଲେ। ମାଥିସ୍‌ ଚୁଡ଼ଙ୍ଗପୁର ଅଞ୍ଚଳରୁ ଗଞ୍ଜେଇ ଧରି ନିଜ ଗାଁ କେଶରୀଗୁଡାକୁ ଯିବା ବେଳେ ଧରାପଡିଥିଲେ।