ଗଜପତି ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦ ଚାରା ରୋପଣ ଅଭିଯାନ ।

ଗଜପତି ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ଚାରା ରୋପଣ ଅଭିଯାନ ।
Spread the love

ଗଜପତି ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ ୨.୦ ଚାରା ରୋପଣ ଅଭିଯାନ ।

ଗଜପତି ୧୭/୯:(ମନୋଜ ପାଢୀ) ଗଜପତି ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ “ଏକ୍ ପେଡ୍ ମା କେ ନାମ୍ ୨.୦” ଚାରା ରୋପଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଧାବନ ପେଲେସ୍ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ମାନ୍ୟବର ମନ୍ତ୍ରୀ ,ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ,ଓଡ଼ିଶା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସଭାପତି,ଜିଲ୍ଲାପରିଷଦ ଗଜପତି ,ଶ୍ରୀମତୀ ନିର୍ମଳା ସେଠୀ,ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ କେ.ନାଗାରାଜୁ, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ଗଜପତି, ଶ୍ରୀ ଫାଲଗୁନୀ ମାଝୀ,ଅତିରିକ୍ତ ଜିଲ୍ଲାପାଳ ଗଜପତି, ଶ୍ରୀ ଶଙ୍କର କେରକେଟା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଓ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପ୍ରମୁଖ ମଞ୍ଚାସିନ ଥିଲେ।ଗଜପତି ଜିଲ୍ଲାରେ ଚାରି ଲକ୍ଷ ଅଠ ତିରିଶ ହଜାର ସାତଶହ ତେର ରୁ ଉର୍ଦ୍ଧ ଚାରା ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବେଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଥିଲେ ।

ସମସ୍ତେ ଏକ ଦିବସୀୟ ବୃହତ ଚାରା ରରୋପଣ ଅଭିଯାନକୁ ସଫଳ କରିବା ସହିତ ଏକ ଫଟୋ ଉଠାଇ ମେରି ଲାଇଫ (Meri Life) ପୋର୍ଟାଲ ରେ ଅପଲୋଡ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେହିପରି ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଅସନ୍ତୁଳିତ ପରିବେଶ ରୁ ରକ୍ଷା ପାଇବାପାଇଁ ସୁସ୍ଥ ଅମ୍ଳଜାନ ର ଆବଶ୍ୟକତା ରହିଛି । ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ବାନକ୍ରମେ “ଏକ୍ ପେଡ୍ ମା କେ ନାମ୍ ୨.୦” ଚାରା ରୋପଣ ଅଭିଯାନ ସମସ୍ତେ ସାମିଲ ହୋଇ ଆମ ଜନ୍ମ ଦାତ୍ରୀ ମା ପ୍ରତୀ ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା ର ସୁରକ୍ଷା ପାଇଁ ଗଛଟିଏ ଲଗାଇବାକୁ ଅନୁରୋଧ କରିଥିଲେ।ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ୭୫ ତମ ଜନ୍ମ ଦିବସ କୁ ସ୍ମରଣୀୟ କରିବା ସହିତ ଏକ ସବୁଜ ସୁନ୍ଦର ଧରିତ୍ରୀ ର ସ୍ୱପ୍ନ କୁ ସାକାର କରିବାପାଇଁ ମା ଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ । ସମସ୍ତେ ଏକ ମନରେ ସଂକଳ୍ପ କରିବା ଗଛ ଲଗେଇବା, ମିଳିମିଶି ଆମ ପରିବେଶ ର ଯତ୍ନ ନେବା, ଭବିଷ୍ୟତ ପିଢୀ ପାଇଁ ଏକ ସୁନ୍ଦର ପୃଥିବି ଗଢି ତୋଳିବାକୁ ଆହ୍ୱାନ କରିଥିଲେ ।ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିରକୁ ମାନ୍ୟବର ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ଗୋଷଣି ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ସରକାରୀ ଠାକୁର ସ୍ମରଣୀୟ ଉଚ୍ଚ ବିଦ୍ୟାଳୟ କୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଗହଣରେ ଚାର ରୋପଣ କରି ଛାତ୍ରଛାତ୍ରୀଙ୍କ କଥା ହୋଇଥିଲେ ।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ,ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ, ଏସିଏଫ୍ ଶ୍ରୀ ଅରୁଣ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଅନୁଷ୍ଠାନର ସଭ୍ୟସଭ୍ୟା ପ୍ରମୁଖ ଯୋଗ ଦେଇ ଏହି ଅଭିଯାନରେ ସାମିଲ ହୋଇଥିଲେ।