ଗଜପତିରେ ବିପଦ ସଙ୍କେତ: ଗାଇବା-ଗୁମ୍ମା ସେତୁ ଅତ୍ୟନ୍ତ ଜର୍ଜରିତ

Spread the love

ଗଜପତିରେ ବିପଦ ସଙ୍କେତ: ଗାଇବା-ଗୁମ୍ମା ସେତୁ ଅତ୍ୟନ୍ତ ଜର୍ଜରିତ

ଗଜପତି (ମନୋଜ ପାଢୀ): ଗଜପତି ଜିଲ୍ଲାର ଗାଇବାରୁ ଗୁମ୍ମାକୁ ସଂଯୋଗ କରୁଥିବା ପ୍ରାୟ ୫୦ ବର୍ଷ ପୁରୁଣା ସେତୁ ଏବେ ଗଭୀର ବିପଦରେ ପହଞ୍ଚିଛି। ଭାରୀ ଯାନବାହନର ନିୟମିତ ଚଳାଚଳ ଫଳରେ ସେତୁର ପ୍ଲିନ୍ଥ ବିଚ୍ଛିନ୍ନ ହୋଇଯାଇଛି।ସେତୁ ତଳେ ପିଲାମାନେ ପ୍ରତିଦିନ ଗାଧୋଇବାକୁ ଯାଇଥିବାରୁ, ଯେକୋଣସି ସମୟରେ ଗୁରୁତର ଦୁର୍ଘଟଣା ଘଟିପାରେ ବୋଲି ଆଶଙ୍କା କରାଯାଉଛି।ସ୍ଥାନୀୟ ସରପଞ୍ଚ ତିଷ୍ଠା ଭୂୟାଁ, ଜିଲ୍ଲା ପରିଷଦ ସଦସ୍ୟା ରେଣୁକା ପାତ୍ର, ସମିତି ସଦସ୍ୟା ବାସନ୍ତୀ ପାଣି ଓ ଅମର ପାତ୍ର ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ରତମ ସମୟରେ ସେତୁର ମରାମତି କରିବାକୁ ଦାବି କରିଛନ୍ତି, ଯାହା ଦ୍ୱାରା ସମସ୍ତ ପ୍ରାଣହାନି ଏବଂ ଅପମୃତ୍ୟୁକୁ ଏଡାଇପାରିବ।