କ୍ଳଷ୍ଟର ସ୍ତରୀୟ ଶିଶୁମୋତ୍ସବ ସୁରଭି ନାଇରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ

କ୍ଳଷ୍ଟର ସ୍ତରୀୟ ଶିଶୁମୋତ୍ସବ ସୁରଭି ନାଇରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ
Spread the love

କ୍ଳଷ୍ଟର ସ୍ତରୀୟ ଶିଶୁମୋତ୍ସବ ସୁରଭି ନାଇରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ

ରାୟଗଡା (ଅମୁଲ୍ୟ ନିଶଙ୍କ ): ରାୟଗଡା ଜ଼ିଲ୍ଲା ପଦ୍ମପୁର ବ୍ଲକ ର ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାଇରା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ ସୁରଭି 2025 ଅତିଆଡ଼ମ୍ବର ରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳ ବିଡ଼ିକା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପଦ୍ମପୁର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦ୍ରସେନ ଲିମା ମୁଖ୍ୟଅତିଥି ଭାବେ ଯୋଗଦେଥିବା ବେଳେ ସମ୍ମାନିତ ଅତିଥି ଭାବେ ସି ଆର ସି ସି ମାଝୀ ଶବର, ସ୍କୁଲ ପରିଚାଳନା କମିଟି ସଭାପତି ଫକୀର କୁମାର ପଟ୍ଟନାୟକ ଯୋଗ ଦେଇ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭବ କରିଥିଲେ l ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣ ର ବିକାଶ ନିମନ୍ତେ ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଏଥିସହିତ ପ୍ରତିଭା ଅନ୍ୱେଷଣ ସହିତ ଶିକ୍ଷାର୍ଥୀ ଙ୍କ ଶୃଙ୍ଖଳିତ ଜ୍ଞାନ ବୃଦ୍ଧି ପାଇଥାଏ ବୋଲି ମୁଖ୍ୟଅତିଥି ଲିମା କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀଙ୍କ ମଧ୍ୟ୍ୟ ରେ ସାଧାରଣ ଜ୍ଞାନ, ପ୍ରବନ୍ଧ, ସୃଜନଶୀଳ ଲେଖନୀ, ଚିତ୍ରାଙ୍କନ, ବିତର୍କ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ନାଇରା କ୍ଲଷ୍ଟର ର 9 ଗୋଟି ସ୍କୁଲ ର ପ୍ରାୟ 200 ଛାତ୍ର ଛାତ୍ରୀଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ବ୍ଲକ ସ୍ତରୀୟ ସୁରଭି ରେ ଭାଗ ନେଇପାରିବେ ବୋଲି ସି ଆର ସି ସି ମାଝୀ କହିଛନ୍ତି l ଛାତ୍ର ଛାତ୍ରୀଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କରିବା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ବିଡ଼ିକା ଙ୍କ ବହୁତ ଅବଦାନ ବୋଲି ଛାତ୍ର ଛାତ୍ରୀଙ୍କ ସହିତ ପରିଚାଳନା କମିଟି ସଭାପତି ପଟ୍ଟନାୟକ କହିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ