କାଶୀନଗର ବ୍ଲକର ମିନିଗାଁ ଠାରେ ଅଜଣା ଗାଡି ଧକ୍କାରେ ଚାଷୀଙ୍କ ମୃତ୍ୟୁ

କାଶୀନଗର ବ୍ଲକର ମିନିଗାଁ ଠାରେ ଅଜଣା ଗାଡି ଧକ୍କାରେ ଚାଷୀଙ୍କ ମୃତ୍ୟୁ
Spread the love

କାଶୀନଗର ବ୍ଲକର ମିନିଗାଁ ଠାରେ ଅଜଣା ଗାଡି ଧକ୍କାରେ ଚାଷୀଙ୍କ ମୃତ୍ୟୁ

ଗଜପତି:୧୪/୧୧(ମନୋଜ ପାଢ଼ୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ମିନିଗାଁ ଗ୍ରାମ ମୁଖ୍ୟ ସଡକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ମିନିଗାଁ ଗ୍ରାମର ଆର୍. ଦୁର୍ଗାରାଓ ନାମକ ଜଣେ ଚାଷୀ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ସ୍ନାନ କରିବା ପାଇଁ ଗ୍ରାମ ନିକଟସ୍ଥ ତଥା କାଶୀନଗର ମୁଖ୍ୟରାସ୍ତା ତଟରେ ଥିବା ପୋଖରୀକୁ ଯାଇଥିଲେ । ସେଠାରୁ ସେ ଘରକୁ ଫେରିବା ସମୟରେ କୌଣସି ଏକ ଅଜଣା ଗାଡି ଧକ୍କାଦେଇ ଚାଲିଯାଇଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଘଟଣାସ୍ଥଳରେ ହିଁ ଦୁର୍ଗାରାଓଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମ୍ପର୍କରେ କାଶୀନଗର ପୋଲିସ ଖବର ପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବିଳମ୍ବିତ ରାତ୍ର ସମୟରେ ଶବକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଦିଆଯାଇଥିଲା । ଆଜି ମୃତ ଦୁର୍ଗାରାଓଙ୍କ ଶବବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବାର ଜଣାଯାଇଛି । ଅନ୍ୟପକ୍ଷରେ ମିନିଗାଁ ଗ୍ରାମର ମୁଖ୍ୟରାସ୍ତା ତଟରେ ଥିବା ଏହି ପୋଖରୀ ନିକଟେର ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଅନେକଙ୍କ ଜୀବନ ଚାଲିଯାଇଛି । ଏପରି ଅଜଣା ଗାଡି ଧକ୍କା ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବାର ଆଲୋଚନା ଜୋର୍ ଧରିଛି ।