କଳାକାର ମହାସଂଘ,ତରଫରୁ ସ୍ବର୍ଗତ ପଙ୍କଜ ପରିବାରକୁ ସମବେଦନା…….
କନ୍ଧମାଳ – (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଗଣ୍ଡଗାଁ ଗ୍ରାମର ବରିଷ୍ଠ କଳାକାର ସ୍ୱର୍ଗତ ପଙ୍କଜ କହଁର କଳାକାର ଭତା ପାଇଁ ଆବେଦନ କରିବାର ଆଜକୁ ୨ ବିତିଯାଇଥିଲେ ସୁଦ୍ଧା ଉକ୍ତ ପଙ୍କଜ କହଁର କଳାକାର ଭତା ପାଇବାରୁ ବଞ୍ଚିତ ହୋଇଥିଲେ ସରକାର ଯଦି ଅଡିସନ କରିଥନ୍ତେ ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଭତା ପାଇଥାନ୍ତେ ଏବେ ସ୍ୱାମୀଙ୍କ ଦେହାନ୍ତ ହେଲାପରେ ତାଙ୍କ ସ୍ତ୍ରୀ ଉକ୍ତ ଭତା ପ୍ରାପ୍ତ କରି ପରିବାରର ଗୁଜୁରାଣ ମେଣ୍ଟିଥାନ୍ତେ କିନ୍ତୁ ସରକାରଙ୍କ ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ ଅଡିସନ ହେଲା ନାହିଁ ଯାହାତି ଫଳରେ ଏହିପରି ଅନେକ ବିଶିଷ୍ଟ କଳାକାର ବୃନ୍ଦଙ୍କ ଦେହାନ୍ତ ଙ୍କ ଘଟୁଛି ଯାହାକି ଅତ୍ୟନ୍ତ ଦୁଃଖଦାୟକ ବିଷୟ lଏହିପରି ପ୍ରେକ୍ଷୀରେ ଆଜି ସୁଧ କାର୍ଯ୍ୟକ୍ରମ ରେ ଯୋଗଦେଇ କଳାକାର ମହାସଂଘ, କନ୍ଧମାଳ ଟିକାବାଲି ତରଫରୁ ଧର୍ମପତ୍ନୀ କିରାବତୀ କହଁରଙ୍କୁ ମହାସଂଘ ର ସଭାପତି ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଲ ଓ ସଂଯୋଜକ ଗନ୍ଧର୍ବ କହଁର, ଙ୍କ ସମେତ କେଦାର ଦିଗାଳ,ଝୁନୁ ଦିଗାଳ, ସସ୍ମିତା ଦିଗାଳ, ମିନି ଦିଗାଳ, ସୁମିତ୍ରା ପ୍ରଧାନ, ନିବାଜିନି ଦିଗାଳ, ତପଇଁ କହଁର, କିପୁରୀ ଦିଗାଳ, ଗାନ୍ଦରୀ କହଁର, ନଜାଇ ଡିଗାଲ, ମାଲବତୀ ଦିଗାଳ,ଵିଶାନ୍ତି କହଁର, ପୁର୍ଣିମା କହଁର, ପ୍ରମିଳା କହଁର, କନିଷ୍ଠ କହଁର ଏହିପରି ଅନେକ କଳାକାର ବୃନ୍ଦ ସମବେଦନ ଜଣେଇବା ସହିତ ଧୋର୍ଯ୍ୟ ର ସହିତ ପିଲା ଛୁଆ ଙ୍କୁ ସାହସ ଦେଇ ପରିବାର ପ୍ରତିପୋଷଣ କରିବାକୁ କହିଥିଲେ ଆବଶ୍ୟକ ହେଲେ ମହାସଂଘ ତରଫରୁ ଉକ୍ତ ଦୁଃଖଦ ପରିବାରକୁ ସାହାଯ୍ୟ ଓ ସହଯୋଗ ର ହାତ ବଡ଼େଇବାକୁ ଦୃଢ଼ ପ୍ରତିଶୃତି ଦେଇଥିଲେ l