କତାପେଟା: ଶ୍ରୀ ସତ୍ୟ ସାଇ ସେବା ସମିତି ଶତମ ଜନ୍ମ ବାର୍ଷିକୀ ପାଳନ

"କତାପେଟା ଶ୍ରୀ ସତ୍ୟ ସାଇ ସେବା ସମିତି ଶତମ ଜନ୍ମ ବାର୍ଷିକୀ ଅବସରରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ"
Spread the love

ଶ୍ରୀ ସତ୍ୟ ସାଇ ସେବା ସମିତି କତାପେଟା ତରଫରୁ ବାବାଙ୍କ ଶହେତମ ଜନ୍ମ ବାର୍ଷିକୀ ପାଳନ

ରାୟଗଡ: (ଅମୁଲ୍ୟ ନିଶଙ୍କ ) ତା ୨୦-୧୧-୨୦୨୫କତାପେଟା ସତ୍ଯ ସାଇ ସେବା ସମିତି ତରଫରୁ ଶ୍ରୀ ସତ୍ଯସାଇ ବାବାଙ୍କ ଶହେତମ ଜନ୍ମ ବାର୍ଷିକୀ ଉତ୍ସବ ନଭେମ୍ବର ୧୯ ଠାରୁ ୨୩ ତାରିଖ ପର୍ଯ୍ଯନ୍ତ ପାଳିତ ହେଉଛି । ଏହି ଅବସରରେ ସମିତି ତରଫରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଗୁରୁବାରଦିନ ଅନୁଷ୍ଠାନ ତରଫରୁ କତାପେଟା, କାମ୍ପ ମାଲିଗାଁ କାଶିଲି ଠାରେ ଅବସ୍ଥିତ ବିଦ୍ୟାଳୟର ଛାତ୍ର,ଛାତ୍ରୀବୃନ୍ଦଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ କତାପେଟା ଓ କାମ୍ପ ମାଲିଗାଁ ୫୦ ଜଣ ଗରିବ ବ୍ଯକ୍ତିଙ୍କୁ ମୁକ୍ତ ରାସନ କିଟ ଓ ୧୦୦ ଜଣ ବାଲବାଟିକା ଶିଶୁଙ୍କୁ ଧଳା ପୋଷାକ ବଣ୍ଟନ କରାଯାଇଥିବା ସମିତିର କନଭେନର ପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ସମିତିରେ ୫୦ ଜଣ ଲେଖାଏଁ ପୁରୁଷ ଓ ମହିଳା ଯୋଗଦାନକରି ସମାଜିକ ସହାୟତା ଓ ସମାଜସେବା କାର୍ଯ୍ୟ ମଧ୍ଯ ହାତକୁ ନେଉଥିବା ଶ୍ରୀ ପ୍ରସାଦ ପଟ୍ଟନାୟକ କହିଛନ୍ତି । ସମିତିର ଏଭଳି କାର୍ଯ୍ୟକ୍ରମ କରି ଅଞ୍ଚଳରେ ଅନେକ ପ୍ରଶଂସା ସାଉଁଟୁଛନ୍ତି ।