ଏସ ଆର ଟାୱାର ରେ ଗାଡି ପର୍କିଙ୍ଗ ସ୍ଥାନ ରେ ଦୋକାନ 4 ମୋହଲା ରେ ପେଣ୍ଟା ହାଉସ ଗୃହ କୁ ଭାଙ୍ଗିବା ନିମନ୍ତେ ଟାୱାର ମାଲିକ ଙ୍କ ଦାବୀ

Spread the love

ଏସ ଆର ଟାୱାର ରେ ଗାଡି ପର୍କିଙ୍ଗ ସ୍ଥାନ ରେ ଦୋକାନ 4 ମୋହଲା ରେ ପେଣ୍ଟା ହାଉସ ଗୃହ କୁ ଭାଙ୍ଗିବା ନିମନ୍ତେ ଟାୱାର ମାଲିକ ଙ୍କ ଦାବୀ
ରାୟଗଡା (ଅମୁଲ୍ୟ ନିଶଙ୍କ ) : ରାୟଗଡା ର କଲେଜ ରୋଡ ର ପ୍ଲଟ ନମ୍ବର 259/2155/3001, 259/2155/3001, 259/2155/3003,259/2155/3004,259/ 2155/3005 ଓ 260/3011 ରେ ଗ୍ରାଉଣ୍ଡ + 3 ମୋହଲା ଅଫିସ ଓ ରେସିଡେଣ୍ଟ ବିଲଡିଂ ଏପାର୍ଟମେଣ୍ଟ ନିର୍ମାଣ ନିମନ୍ତେ କେ ଆମରନାଥ କୁମୁନ୍ଦନ ଓ ଅନ୍ୟ କୁ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀ ଙ୍କ ପତ୍ର ସଂଖ୍ୟା 438/ଆର ଏସ ପି ଏ ତା 18.04.2023 ରେ ଲାଇସେନ୍ସ ଦେଇଥିଲେ l ଠିକ ସେହିପରି ରାୟଗଡା ପୌର ପାଳିକା ତାଙ୍କରି ପତ୍ର ସଂଖ୍ୟା 3283/31/07/2013 ରେ ରାୟଗଡା କଲେଜ ରୋଡ ର ପ୍ଲଟ ନମ୍ବର 259/2155/3000,259/2155/3001,259/2155/3003,259/2155/3004,259/2155/3005,260/3011ଓ ଖାତା ନମ୍ବର 1486/772,1486/773,1486/775,1486/776,1486/777 ରେ ପୌର ପରିଷଦ ନିୟମ 267 ଅନୁଯାଇ ଗ୍ରାଉଣ୍ଡ + 3 ମୋହଲା ରେସିଡେଣ୍ଟ ବିଲଡିଂ ନିର୍ମାଣ ନିମନ୍ତେ ଅନୁମତି ଦେଇଥିଲେ l ଏହାପରେ ଡେଭଲପର ଓ ବିଲଡର ଶ୍ରୀ ଲଷ୍ମୀ ଡେଭଲପର ଆଦିରେଡି ଶ୍ରୀନିବାସ ପ୍ରସାଦ କୋପରେଟିଭ କଲୋନୀ ରାୟଗଡା ଓ ଈଶ୍ୱର ଚେଟି ଶିକରପାଇଁ ରାୟଗଡା ମେନେଜଙ୍ଗ ପାର୍ଟନର ଓ କାର୍ଯ୍ୟକାରୀ ପାର୍ଟନର ଭବେ ଏସ ଆର ଟାୱାର ରେ ଏ ବ୍ଲକ ରେ 24 ଗୋଟି ଫ୍ଲାଟ ଓ ବି ବ୍ଲକ ରେ 24 ଫ୍ଲାଟ ନିର୍ମାଣ କରି ଥିଲେ l ପରେ ବିଭିନ ବ୍ୟକ୍ତି କୁ ବିକ୍ରି କରିଥିଲେ l ଫ୍ଲଟ ମାଲିକ ଙ୍କ ଗାଡି ରଖିବା ନିମନ୍ତେ ପର୍କିଙ୍ଗ ବ୍ୟବସ୍ଥା ଗ୍ରାଉଣ୍ଡ ଫ୍ଲୋର ରେ କରିଥିଲେ l କିନ୍ତୁ ପରବର୍ତୀ ମୁହୂର୍ତ୍ତ ରେ ଏ ଓ ବି ବ୍ଲକ ରେ ଦୁଇଟି ବାଣିଜ୍ୟକ ବଖରା ଓ 4 ମୋହଲା ରେ ଦୁଇଟି ପେଣ୍ଟା ହାଉସ ନିର୍ମାଣ କରିଥିଲେ ଏହାକୁ ନେଇ ଫ୍ଲାଟ ମାଲିକ ଓ ବିଲଡର ଙ୍କ ମଧ୍ୟ୍ୟ ରେ ଅସନ୍ତୁଷ୍ଟ ବଢିଲା ଏହି ନିର୍ମାଣ କୁ କୁ ବିରୋଧ କରି ଫ୍ଲାଟ ମାଲିକ ରେରା କୋର୍ଟ ର ଆଶ୍ରୟ ନେଇଥିଲେ l ରେରା ର ଜୁଡ଼ିସିଆଲ ମେମ୍ବର ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓ ଆଡମିନଷ୍ତ୍ରାସନ ମେମ୍ବର ପ୍ରଦୀପ କୁ ବିଶ୍ୱାଳ ଏହି ବାଣିଜ୍ୟକଣ ବିଲଡିଂ ଓ ପେଣ୍ଟା ହାଉସ ଭାଙ୍ଗିବା ନିମନ୍ତେ ସ୍ୱତନ୍ତ୍ର ପ୍ଳାନିଙ୍ଗ ଅଧିକାରୀ ଙ୍କୁ 2956/02.06.2026 ରେ ନିର୍ଦେଶ ଦେଇଥିଲେ l ଏହା ପରେ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀ ରାୟଗଡା ଆଦିରେଡି ଶ୍ରୀନିବାସ ପ୍ରସାଦ ଓ ଈଶ୍ୱର ଚେଟି କୁ ଏସ ଆର ଟାୱାର ରେ ନିର୍ମିତ ବାଣିଜ୍ୟ ବିଲଡିଂ ଓ ପେଣ୍ଟା ହାଉସ ଭାଙ୍ଗିବା ନିମନ୍ତେ ନିର୍ଦେଶ ଦେଇଥିଲେ l ପରବର୍ତ୍ତ ମୁହୂର୍ତ୍ତ କଣ ହେଲା କି କେଜାଣି ଏହା ଭଙ୍ଗା ଗଲା ନାହିଁ ବୋଲି ଟାୱାର ର ମାଲିକ କେ ରାଜେଶ ଏମ ସୁଜାତା ଜୀବନ ପାଡ଼ି ଏସ ପ୍ରକାଶ ରାଓ ଲା ଡ଼ି ନାଗାମା ବିଷ୍ନୁପ୍ରିୟା ପାଣିଗ୍ରାହୀ ଙ୍କ ସମତେ ବହୁ ମାଲିକ ଗତ ଗତ ମାସ 3 ତାରିଖ ରେ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି l ଫ୍ଲାଟ ମାଲିକ ମନେ ଅଭିଯୋଗ କରୁଛନ୍ତି ଯେ ପୌର ପାଳିକା ଓ ସ୍ୱତନ୍ତ୍ର ପ୍ଲାନିଂ ଅଧିକାରୀଙ୍କ ବିଲଡର ଙ୍କ ସହିତ କୌଣସି ବିଝମଣା ହୋଇଛି ସେଥିପାଇଁ ଚୁପ ବସିଛନ୍ତି ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ଭାବେ ଏସ ଆର ଟାୱାର ରେ ପାର୍କିଙ୍ଗ ଏରିଆ ରେ ନିର୍ମିତ ବାଣିଜ୍ୟକଣ ବିଲଡିଂ ଓ 4 ମୋହଲା ରେ ନିର୍ମିତ ପେଣ୍ଟା ହାଉସ କୁ ଭାଙ୍ଗିବା ନିମନ୍ତେ ଅନୁରୋଧ କରିଛନ୍ତି l