ଏମ୍ କେ ଏସ୍ ପି ତରଫରୁ ଦୁଇ ଦିନିଆ ଶିଶୁ କ୍ରୀଡା ଉତ୍ସବ ଉଦଯାପିତ

Spread the love

ଏମ୍ କେ ଏସ୍ ପି ତରଫରୁ ଦୁଇ ଦିନିଆ ଶିଶୁ କ୍ରୀଡା ଉତ୍ସବ ଉଦଯାପିତ….

କନ୍ଧମାଳ: -୧୪/୧୧ (ରିପୋର୍ଟ କୁନା ଦିଗାଲ)ଫୁଲବାଣୀର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଏମ୍ କେ ଏସ୍ ପି ତରଫରୁ ୩୭ ତମ ଶିଶୁ କ୍ରୀଡା ଉତ୍ସବ ଶିଶୁ ଦିବସ ଅବସରରେ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଫୁଲବାଣୀ ସହରର ପ୍ରାୟ ୧୪ ଟି ବିଦ୍ୟାଳୟର ୪୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ପ୍ରାୟ ୩୦ଟି ବିଭାଗରେ ଭାଗ ନେଇଥିଲେ। ଉଦ୍ଘାଟନ ଉତ୍ସବରେ ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର୍ ନାୟକ , କ୍ରୀଡା ବିଭାଗ ସଂପାଦକ ଶିବପ୍ରସାଦ ତ୍ରିପାଠୀ ଓ ପ୍ରେସ୍ କ୍ଳବ୍ ସଭାପତି ସୁନୀଲ ପଟ୍ଟନାୟକ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ଭୂମିକାର ଉଚ୍ଚ ପ୍ରଶଂସା କରିଥିଲେ। କ୍ରୀଡା ବିଶେଷଜ୍ଞ ଗୈାର ମହାନ୍ତି, ଦିଲ୍ଲୀପ ବାଘ , ବିପିନ୍ ପଟ୍ଟନାୟକ ପ୍ରମୁଖଙ୍କ ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେପରି ଶିଶୁ ଦିବସରେ ଅତିଥି ରୂପେ ଯୋଗଦେଇ ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ବାଲିଗୁଡା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ସହରାଞ୍ଚଳ ବିକାଶ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର୍ ନାୟକ, ପୈାର ପରିଷଦ ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି ଯୋଗଦେଇ କୃତି କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପଦେଷ୍ଟା ବିଜୟ ମହାନ୍ତି, ପ୍ରତାପ ପାତ୍ର, ଶରତ ମହାନ୍ତିଙ୍କ ସହ ସଚ୍ଚିଦାନନ୍ଦ ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସାମଗ୍ରିକ ସଫଳତା ହାସଲ କରିଥିବା ଦୁଇଜଣ ଲେଖାଁଏ ବାଳକ ଓ ବାଳିକାଙ୍କୁ ଧାବିକା ଶ୍ରାବଣୀ ନନ୍ଦ ଓ ନମିତା କବାଟ ଙ୍କ ନାମରେ ସ୍ଥାପିତ କ୍ରୀଡାବିତ୍ ସମ୍ମାନ ପ୍ରଦାନ ସହ ମୋଟ ନବେ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଉପ ସଭାପତି ପ୍ରସନ୍ନ ବିଷୋୟୀ ଓ ଜୟଦେବ ନାୟକ,ସାଧାରଣ ସମ୍ପାଦକ ଶରତ ସାହୁ, ସହ ସମ୍ପାଦକ ସତ୍ୟବ୍ରତ ପାତ୍ର, କୋଷାଧ୍ୟକ୍ଷ କିଶୋର ମିଶ୍ରଙ୍କ ସମେତ ପ୍ରଭାତ ଦାଶ୍, ମୋଚିରାମ ମିଶ୍ର, ସନାତନ ମିଶ୍ର, ଶଶୀଭୂଷଣ ପ୍ରଧାନଯୁଧିଷ୍ଠିର ମହାନ୍ତି, ଅଶୋକ ମିଶ୍ର ପ୍ରମୁଖଙ୍କ ସହଯୋଗରେ ଏହି ଉତ୍ସବ ସଫଳତାର ସହ ପାଳନ କରାଯାଇଥିଲା।