ଏବିଭିପି ର ଟିକାବାଲି ନଗର ସମ୍ମିଳନୀ

ଏବିଭିପି ର ଟିକାବାଲି ନଗର ସମ୍ମିଳନୀ
Spread the love

ଏବିଭିପି ର ଟିକାବାଲି ନଗର ସମ୍ମିଳନୀ

କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ) ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ଟିକାବାଲି ନଗର ସମ୍ମିଳନୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ରତନ କୁମାର ଦିଗାଲ ଓ କନ୍ଧମାଳ ଜିଲ୍ଲା ପ୍ରମୁଖ ସନ୍ତୋଷ କୁମାର ଦଳବେହେରା ଗଂଜାମ ବିଭାଗ ସଂଯୋଜକ ରୁଦ୍ର ପ୍ରସାଦ ସେଠୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନେଖା ପ୍ରଧାନ ଗଂଜାମ ବିଭାଗ(ସୁଡେନଟ୍ ପୋ୍ର ଡେଭଲପମେଣ୍ଟ) ସଂଯୋଜକ ରଜତ ବେହେରା ମଞ୍ଚସ୍ଥ ଥିଲେ ସମାଜର ଛାତ୍ର ଭୂମିକା ଉପରେ ମୁଖ୍ୟ ଅତିଥି ନିଜର ଭାଷଣ ରଖିଥିବା ବେଳେ ଏବିଭିପି ଲକ୍ଷ୍ୟ ଆଦର୍ଶ ଉପରେ ଗଂଜାମ ବିଭାଗ ସଂଯୋଜକ ରୁଦ୍ର ପ୍ରସାଦ ସେଠୀ ନିଜର ବତବ୍ୟୟ ରଖିଲେ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ସଂଗଠନ ସୁଦୁଢ ହେବ ସେହି ନିମନ୍ତେ ଏହି ସମ୍ମିଳନୀରେ ଆଲୋଚନା ହୋଇଯାଇଅଛି ଆଗାମୀ ଶିକ୍ଷା ବର୍ଷ ନିମନ୍ତେ ନୂତନ କାର୍ଯ୍ୟକାରିଣୀ ଘୋଷଣା ମଧ୍ୟ ହୋଇଯାଇଅଛି ନଗର ସଭାପତି ଭାବେ ଅଧ୍ୟାପକ ଜଗନ୍ନାଥ ସାହୁ ମନୋନୀତ ହୋଇଥିବାବେଳେ ଛାତ୍ର ନେତା ବାଜପେୟୀ ପ୍ରଧାନ ନଗର ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି ସେହିପରି ନଗର ସହ ସମ୍ପାଦିକା ସୁଲେଖା ଭୋଇ , ସହ ସମ୍ପାଦକ ଶିବୁ ଦେହୁରୀ, ସହ ସମ୍ପାଦିକା ପାୟଳ କହଁର, ସଂଗଠନ ର ବହୁ ନୂତନ ଦାଇତ୍ୱ ଘୋଷଣା କରାଯାଇଛି ଏହି ସମ୍ମିଳନୀରେ ଗଂଜାମ ବିଭାଗ ଖେଳ ଭାରତ ସଂଯୋଜକ ବିକାଶ ଦିଗାଲ, ଆଲିଷା ମଲିକ, ଶୁଭଶ୍ରୀ ବେହେରା, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ମଉସୁମୀ ଆଚାର୍ଯ୍ୟ , ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।