ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ।
ଆର, ଉଦୟଗିରି-ମନୋଜ ପାଢୀ/
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଏମ କେ ସି ଜି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ, ରେ ପାଳନ ହୋଇଯାଇଛି ।
ଆଜି ଅର୍ଥାତ ୦୩ ଡିସେମ୍ବର ୨୦୨୫ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ , ମୋହନ।, ଗଜପତି ପରିସରରେ ପାଳନ ହୋଇଯାଇଛି । ଆଜିର ସମାରୋହର ସଭାପତି ଭାବରେ ଶ୍ରୀ ପ୍ରଶାନ୍ତ ବୀର ଆସନ ଅଳଙ୍କୃତ କରିଥିଲେ। ଶ୍ରୀ ମଧୁସୂଦନ ପାଢୀ (ଆଇନ ଜୀବି, )ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବରେ ଶ୍ରୀ ମାର୍ସାଲ ନାୟକ (ପୂର୍ବତନ ସ୍କୁଲ ଏସ ଆଇ )ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ରୂପରେ ଶ୍ରୀ ଲକ୍ଷ୍ମଣ ଚୌଧୁରୀ(ପ୍ରେସକ୍ଲବ ସଭାପତି-ମୋହନ।),ଶ୍ରୀ ଦଣ୍ଡାସୀ ସାହୁ (ସମ୍ପାଦକ ), ଶ୍ରୀ ସୁରେନ୍ଦ୍ର ଜେନା (କୋଷାଧ୍ୟକ୍ଷ) , ଶ୍ରୀ ଜୟପ୍ରକାସ ପାଇକ (ସହ ସମ୍ପାଦକ,)ଶ୍ରୀ ଟୁନା ମଲିକ (ଶିକ୍ଷା କମିଟି ସଭ୍ଯ), ଶ୍ରୀମତୀ ଗିରିଜା ମିଶ୍ର (ଅଧ୍ୟକ୍ଷ) ଏବଂ ସୁଶ୍ରୀ ସ୍ବାଗତିକ ସିଂ (ଆଧ୍ୟକ୍ଷା-ଏମ ଆର ବିଭାଗ)) ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ନନ୍ଦ ଆଦି ଉପସ୍ଥିତ ଥିଲେ । ପ୍ରଥମେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପ ,ଚନ୍ଦନ ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ, ତତ୍ପରେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଉଦଘାଟନୀ ସଙ୍ଗୀତ ଗାନକରି ସଭାକୁ ରଙ୍ଗୀନ କରିଥିଲେ। ତତ୍ପରେ ଶ୍ରୀ ଯୁଧିଷ୍ଟିର ପାତ୍ର (ଦୃଷ୍ଟିହୀନ ଶିକ୍ଷକ) ଏକ ଭିନ୍ନକ୍ଷମ ମାନଙ୍କ ସମ୍ପର୍କିତ ଏକ ସଂଗୀତ ଗାନ କରିଥିଲେ । ପରେ ପରେ ଏହି ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ନନ୍ଦ ଆଜିର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
ଆଜିର ପ୍ରଥମ ବକ୍ତା ହିସାବରେ ଶ୍ରୀ ମାର୍ସାଲ ନାୟକ ଆଜିର ଦିବସ ବିଷୟରେ କିଛି କହିବ।ସହ, ସମଯରେ କିପରି ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରାଯିବ ସେ ବିଷୟରେ କହିଥିଲେ, ଏବଂ ଏମାନଙ୍କ ନିମନ୍ତେ ସମାଜର କରତବ୍ୟ ବିଷୟରେ ସୂଚନା ଦେଇଥିଲେ। ଏହି ଉତ୍ସବ ରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସାହୁ ଅଭିଭାବକ ନିକଟ ରେ ଅନୁଷ୍ଠାନ ସମ୍ପର୍କିତ ପ୍ରତିକ୍ରିୟା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଏବଂ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ । ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ଗୀତ, ନୃତ୍ୟ ଇତ୍ୟାଦି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକଳାପମନ ପ୍ରସ୍ତୁତ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପାତ୍ର ସହ ପୁରସ୍କ।ର ବଣ୍ଟନ କରଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ମିଷ୍ଠ।ର୍ଣ୍ଣ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ନନ୍ଦ ସଭା ପରିଚାଳନା କରିଥିଲେ ଏବଂ ପରିଶେଷରେ ଲକ୍ଷ୍ମଣ ମଲିକ (ୱାର୍ଡେନ) ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ପାଇଁ ସଭାପତିଙ୍କ ଅନୁମତି ଲୋଡି ସଭା ସାଙ୍ଗ କରିଥିଲେ ।
