ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ୨ ଗୋଟି ୱାର୍ଡରେ ତିନି ବର୍ଷ ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ କାହିଁକି….?

Spread the love

ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକର ୨ ଗୋଟି ୱାର୍ଡରେ ତିନି ବର୍ଷ ହେଲା ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ କାହିଁକି….?

ଗଜପତି:୧୪/୭(ମନୋଜ ପାଢୀ): ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକରେ ଥିବା ଗୁମ୍ମା ପଞ୍ଚାୟତର ନଂ ୧ ଓ ନଂ ୨ ଗୋଟି ୱାର୍ଡରେ ଆଜକୁ ୩ ବର୍ଷ ହେଲା କୌଣସି ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଉନାହିଁ । ଏହି ୨ ଗୋଟି ୱାର୍ଡକୁ ୩ ବର୍ଷ ମଧରେ ଟଙ୍କାଟିଏ ମଧ୍ୟ ସରକାରୀ ଅନୁଦାନ ଆସିନାହିଁ। ଯଦ୍ୱାରା ଏହି ୨ ଗୋଟି ୱାର୍ଡ ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି। ସମଗ୍ର ଗୁମ୍ମା ବ୍ଲକରେ କେନ୍ଦ୍ର ଓ ରାଜ୍ୟ ସରକାର ତରଫରୁ ବିଭିନ୍ନ ଯୋଜନାରେ ଅନୁଦାନ ପ୍ରଦାନ କରାଯାଇ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଚାଲୁ ରହିଥିବାବେଳେ ଏହି ୨ ଗୋଟି ୱାର୍ଡକୁ କାହିଁକି ବାଦ ଦିଆ ଯାଇଛି ବୋଲି ଅସନ୍ତୋଷ ବ୍ୟକ୍ତ କରି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ସରକାର ଗ୍ରାମାଞ୍ଚଳ ତଥା ଗାଁର ବିକାଶ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଗ୍ରାମ ପଞ୍ଚାୟତର ୧ ଆଉ ୨ ନମ୍ବର ୱାର୍ଡରେ ଦୀର୍ଘ ତିନି ବର୍ଷ ହେବ ଗୋଟିଏ ବି ସରକାରୀ ଅନୁଦାନ ପ୍ରଦାନ କରାଯାଇ ନାହିଁ। ୧୯୯୨ ମସିହାରେ ସର୍ବ ପ୍ରଥମେ ୧ ଆଉ ୨ ନମ୍ବର ୱାର୍ଡକୁ ନେଇ ଗୁମ୍ମା ଗ୍ରାମ ପଞ୍ଚାୟତ ଗଠନ କରାଯାଇଥିଲା। ତେବେ ୩୩ ବର୍ଷର ପୁରାତନ ଉଭୟ ୱାର୍ଡରେ ବିଭିନ୍ନ ସରକାରୀ ଅନୁଦାନ ଯୋଗାଇ ଦିଆଯାଇଥିଲା। କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନ ପର ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ସରକାରୀ ଅନୁଦାନ ପ୍ରଦାନ କରାନଯିବା ଏବେ ଉଭୟ ୱାର୍ଡରେ ଚିନ୍ତାର ବିଷୟ ପାଲଟିଛି।