ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ
Spread the love

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ….

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ) ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସଭାପତିତ୍ଵ କରିଥିଲେ ସମ୍ବାଦ ଜିଲ୍ଲା ପ୍ରତିନିଧି ଡଃ ରଞ୍ଜନ ପ୍ରଧାନ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ , ଅଧ୍ୟାପକ ରାମକୃଷ୍ଣ ମହାନ୍ତି , ଅଧ୍ୟାପକ ଡଃ ବାବୁଲା ପାଟଜୋଶୀ , ସମ୍ବାଦ ସାହିତ୍ୟ ଘରର ସଭାପତି ସନ୍ତୋଷ କୁମାର ପଣ୍ଡା , ଦେବାଶିଷ ପ୍ରିୟଦର୍ଶନ ସାହୁ ଏବଂ ସମ୍ବାଦ ବ୍ଲକ ପ୍ରତିନିଧି ମନୋଜ କୁମାର ଗୌଡ଼ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ସୁସ୍ଥ ଜୀବନ ପାଇଁ ପରିବେଶର ସୁରକ୍ଷା ଜରୁରୀ ବୋଲି ମତ ରଖିଥିଲେ ମଞ୍ଚାସୀନ ଅତିଥି । ମା ଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ଶପଥ ନେଇଥିଲେ ଉପସ୍ଥିତ ଛାତ୍ରଛାତ୍ରୀ l ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ । ପରିଶେଷରେ ମନୋଜ କୁମାର ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ