ଆକାଂକ୍ଷା ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ।
ଗଜପତି -ମନୋଜ ପାଢୀ/
ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀମତୀ ରୂପା ମିଶ୍ର, ଯୁଗ୍ମ ସଚିବ, ସ୍ବଚ୍ଛ ଭାରତ ମିଶନ, ଗୃହ ଓ ସହରୀ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଆକାଂକ୍ଷା ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମର ବିଭିନ୍ନ ଯୋଜନା ବିଷୟରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ତଥା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଆର୍ଥିକ ସମାବେଶ, ମୌଳିକ ସୁବିଧା ଓ ଦକ୍ଷତା ବିକାଶ ଭଳି,ଅମୃତ ସରୋବର ଯୋଜନା ,ମହାତ୍ମା ଗାନ୍ଧୀ ଗ୍ରାମୀଣ ଆତ୍ମନିଯୁକ୍ତି କର୍ମ ନିଯୁକ୍ତି ଯୋଜନା,ଦକ୍ଷତା ବିକାଶ, ଇଣ୍ଟର୍ନେଟ୍ ଓ ରାସ୍ତା ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନେନାଗା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ,ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ଵୀରାଜ ମଣ୍ଡଳ ଓ ଉପ ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ମଞ୍ଚା ସିନ ଥିଲେ।
ଆଜିର ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ୍ ଅଲ୍ଲୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ. ପ୍ରକାଶ ରାଓ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁଙ୍କ ସମେତ ସମସ୍ତଲାଇନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ।
