ଅମ୍ବାଭୋନା, ଗୋପାଳପୁର ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟ (ବ୍ୟାଚ 2002)ବନ୍ଧୁ ମିଳନ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅମ୍ବାଭୋନା, ଗୋପାଳପୁର ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟ (ବ୍ୟାଚ 2002)ବନ୍ଧୁ ମିଳନ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Spread the love

ଅମ୍ବାଭୋନା, ଗୋପାଳପୁର ମଧ୍ୟ୍ୟ ଇଂରାଜୀ ବିଦ୍ୟାଳୟ (ବ୍ୟାଚ 2002)ବନ୍ଧୁ ମିଳନ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ଆଜି ୦୫,୧୦,୨୫ ରବିବାର ଦିନ ଅମ୍ବାଭାନା ବ୍ଲକ ଅନ୍ତର୍ଗତ ଏକ ଦର୍ଶନୀୟ ତୀର୍ଥ ପୀଠ ମା ପଥରସେନୀ(ଅମ୍ବାଭନା)ମନ୍ଦିର ପରିସରରେ ବହୁତ ଧୁମଧାମ ରେ ପାଳନ ହେଲା ବନ୍ଧୁମିଳନ |ଏହି ବନ୍ଧୁମିଳନ ରେ 2002 ବ୍ୟlଚ ର ସମସ୍ତ ଛାତ୍ର ଛାତ୍ରୀ ନିଜ ନିଜ ପରିବାର ସମେତ ଆମ୍ଭ ମାନଙ୍କୁ ସେ ସମୟରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ମାନେ ଉପସ୍ଥିତ ଥିଲେ |ଦୀର୍ଘ 23 ବର୍ଷ ପରେ ଆମେ ଏକାଠି ହୋଇ ସେହି ପୁରୁଣା ଅନୁଭୂତି କୁ ମନେ ପକେଇବା,ସମସ୍ତେ ସମସ୍ତଙ୍କ ଚେହେରା କୁ ଦେଖିବl,ଛୋଟ ଦିନ ର ଚେହେରା ଟିକେ ଟିକେ ମନେ ପଡେ କିନ୍ତୁ ସମସ୍ତେ ବଦଳି ଯାଇଛନ୍ତି | ନିଜ ନିଜ ଭିତରେ ପୁଣି ନୁଆଁ ପରିଚୟ ଦେବା,ତୁ କିଏ ତୁ କିଏ ହଁ ହଁ ନାମ ମନେ ଅଛି କିନ୍ତୁ ଚେହେରା ମନେ ପଡୁନି |ସମସ୍ତେ ସମସ୍ତଙ୍କ ସହ ମିଶି ବହୁତ ଖୁସି ଅନୁଭବ କରିବା|ସତରେ ଯେମିତି ଆମେ ଗୋଟିଏ ପରିବାର ଦୀର୍ଘ 23 ବର୍ଷ ଧରି କୁଆଡେ ହଜି ଯାଇ ଆଜି ଘରକୁ ଫେରି ଆସିଛୁ ଭଳି ଖୁସି ଆନନ୍ଦ ଲାଗୁଥିଲା | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ର ଶୁଭା ଆରମ୍ଭ ମା ପଥରସେନି ଦେବୀ ଙ୍କୁ ଛାତ୍ର ଛାତ୍ରୀ ମାନେ ପୂଜା ଅର୍ଚନା କରି ଆରମ୍ଭ ହୋଇଥିଲା ଏବଂ ଏକ ସଭା ହୋଇଥିଲା ଏହି ସଭାକୁ ପ୍ରଫୁଲ ବନ୍ଧୁ ଓ ବଳିଷ୍ଠ ବନ୍ଧୁ ପରିଚଳନା କରିଥିଲେ ଓ ଆମର ଶିକ୍ଷକ (ଗୁରୁ ) ଅଷ୍ଟମନୁ ବାରିକ ଆଜ୍ଞା ଓ ଯୁଗେଶଶ୍ୱର ସା ଆଜ୍ଞାଙ୍କୁ ସ୍ୱାଗତ ସମର୍ଦ୍ଧନ ଦିଆ ଗଲା |ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁ ବନ୍ଦନା ପାଠ କରି ଗୁରୁଙ୍କୁ ପୂଜା କରା ଯାଇଥିଲା|ସିନ୍ଦୁର, ଚନ୍ଦନ,ପୁଷ୍ପ ମାଲ୍ୟ, ଉପଢୌକନ,ମାନପତ୍ର ଏବଂ ଏକ ଗଛ ପ୍ରଦାନ କରା ଗଲା |ସମସ୍ତ ଛାତ୍ର ଛାତ୍ରୀ ନିଜର ନିଜର ଅନୁଭୂତି କହିଥିଲେ |ଏକ ସୁନ୍ଦର ଭୋଜି ଆୟୋଜନ ହୋଇଥିଲା |ଏହି ବନ୍ଧୁମିଳନ ରେ ଆମ ବ୍ୟାଚ ର ସୁନିତା ଧରୁଆ ଓ ପରିବାର, ପଲ୍ଲବିନି ସାହୁ ଓ ପରିବାର, ଆରତୀ ସାହୁ ଓ ପରିବାର, ରାକ୍ଷୀ ସାହୁ ଓ ପରିବାର, ଅଷ୍ଟମୀ ସାହୁ ଓ ପରିବାର, ଉର୍ମିଳା ଭୁଏ ଓ ପରିବାର, ସୁରେଶ୍ୱରୀ ସାହୁ ଓ ପରିବାର, ବେଳ ହାତୀ ଓ ପରିବାର, ସୁଷମା ସାହୁ ଓ ପରିବାର, ସ୍ନେହଲତା ନାୟକ ଓ ପରିବାର, ସାଧାବି ସାହୁ ଓ ପରିବାର, ମନ୍ଦାକିନୀ ନାୟକ ଓ ପରିବାର, ଯମୁନା ନାୟକ ଓ ପରିବାର, ରୋଜି ବାରିକ ଓ ପରିବାର, ଗାୟତ୍ରୀ ବାରିକ ଓ ପରିବାର, ମାଧୁରୀ ନାୟକ ଓ ପରିବାର, ରଞ୍ଜନ ଭୁଏ, ଜିତେନ୍ଦ୍ର ସା, ଗଜିନ୍ଦ୍ର ମାଝୀ, ବଳିଷ୍ଠ ଦୁର୍ଗା, ପ୍ରଫୁଲ୍ଲ ବାରିକ, ରମାକାନ୍ତ ନାୟକ, ସୁଶାନ୍ତ ସରାଫ, ଚୁଳlମଣୀ ନାୟକ, ସୂର୍ଯ୍ୟଭାନୁ ସାହୁ ଓ ପରିବାର, ଆଶିଷ ଠାକୁର ଓ ପରିବାର, ଧନୁର୍ଜୟ ତାଣ୍ଡି, ଲିଲି ସାହୁ, ସ୍ବର୍ଣ୍ଣକାନ୍ତି ନାୟକ ଓ ପରିବାର, ସୀମା ନାୟକ ଓ ପରିବାର, ଅନିଲ ନାୟକ ଓ ପରିବାର, ସଂଜୀବ ନାୟକ, କ୍ଷିତିପତି ସାହୁ, ଗୌର ସାହୁ ଓ ପରିବାର ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ଓ ପାରିବାର ଯୋଗଦାନ କରିଥିଲେ | ପଥରସେନି ମନ୍ଦିର ପରିସରରେ ଏକ ବୃକ୍ଷ ରୋପଣ ହୋଇଥିଲା | ପରିଶେଷରେ ରମାକାନ୍ତ ବନ୍ଧୁ ସମସ୍ତ ଙ୍କ ଉପସ୍ଥିତି ଯୋଗୁଁ ଏହା ସଫଳ ହୋଇପାରିଛି ବୋଲି ଜଣେଇ ସମସ୍ତଙ୍କୁ ପ୍ରଶଂସା କରି ଆନ୍ତରିକରୁ ଧନ୍ୟବାଦ ଦେଇଥିଲେ l