ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ

Spread the love

ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟ ପୁଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ‘ଅପରେସନ୍ ଗରୁଡ଼’ ଆରମ୍ଭ କରାଯାଇଛି। ଏହି ବିଶେଷ ଅଭିଯାନ ଚଳିତ ମାସ ୧ତାରିଖରୁ ଆରମ୍ଭ ହୋଇ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ।ସମସ୍ତ ଜିଲ୍ଲାରେ ସ୍ଥାନୀୟ ପୁଲିସ ଅଧିକାରୀମାନେ, ବିଶେଷକରି ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ (SP)ଙ୍କ ନେତୃତ୍ୱରେ, ଅପରାଧୀମାନଙ୍କୁ ଚିହ୍ନଟ କରି ଆଇନରେ ଆଣିବାକୁ କାର୍ଯ୍ୟକଳାପ ଜୋରଦାର କରିଛନ୍ତି।ରାଜ୍ୟ ପୁଲିସ ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର ଆଜି ଏହି ସୂଚନା ଦେଇ କହିଛନ୍ତି ଯେ, ‘ଅପରେସନ୍ ଗରୁଡ଼’ ମାଧ୍ୟମରେ ଅପରାଧୀଙ୍କୁ ସବୁଠୁ କମ୍ ସମୟରେ ନିୟନ୍ତ୍ରଣ କରିବାକୁ ପୁଲିସ ପ୍ରଶାସନ୍ ପ୍ରତିବଦ୍ଧ।