ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ବିୟୋଗରେ ଶୋକ ସଭା: ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକସ୍ଥିତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା କଲେଜ ଠାରେ ଟିଭି ସେବା ନିବୃତ୍ତ ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପକ ସବିତା ଚରଣ ଦାଶଙ୍କ ବିୟୋଗରେ କଲେଜ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦୁଇମିନିଟ ନୀରବ ପ୍ରାର୍ଥନା ପୂର୍ବକ ଏକଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି । ସ୍ବର୍ଗତ ଦାଶ ୧୯୮୬ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ଲରମ୍ଭା ମହାବିଦ୍ୟାଳୟରେ ଅଧ୍ୟାପନା କରିବାସହ ବହୁ ମେଧାବୀ ଛାତ୍ରଛାତ୍ରୀ ଗଠନ କରିବାରେ ଥିଲେ ସିଦ୍ଧହସ୍ତ।ଜଣେ ମେଳାପୀ, ଛାତ୍ରବତ୍ସଳ, ମିଷ୍ଟଭାଷୀ ଭାବରେ ସେ ବେଶ ଜଣାଶୁଣା । ମହାବିଦ୍ୟାଳୟର ଅଧ୍ୟାପକଶ୍ରୀ ମନୋରଞ୍ଜନ ତ୍ରିପାଠୀ , ଶ୍ରୀ ପ୍ରଦୀପ କୁମାର ପଣ୍ଡା, ବଡବାବୁ ପ୍ରମୋଦଚନ୍ଦ୍ର ସେଠ ବିଗତ ଜୀବନର ସ୍ନୁତି ଚାରଣ କରିଥିଲେ । ଏଥିରେ ସମସ୍ତ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।
ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ବିୟୋଗରେ ଶୋକ ସଭା:
