ଅଙ୍ଗନବାଡ଼ି କର୍ମୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ସାରା ଅଞ୍ଚଳରେ ।

ଅଙ୍ଗନବାଡ଼ି କର୍ମୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ସାରା ଅଞ୍ଚଳରେ ।
Spread the love

ଅଙ୍ଗନବାଡ଼ି କର୍ମୀଙ୍କ ଅକାଳ ବିୟୋଗରେ ଶୋକର ଛାୟା ଖେଳିଯାଇଛି ସାରା ଅଞ୍ଚଳରେ ।

ଗଜପତି (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ଅନନ୍ତ ଦଳାଇ ଙ୍କ ପତ୍ନୀ ସସ୍ମିତା ମାର୍ଥିଙ୍କ ଝାରଖଣ୍ଡ ପାଲାମୁ ଜିଲ୍ଲା ମେଦିନିନଗର ମେଦିନୀ ରାୟ ମେଡିକାଲ କଲେଜ୍ ଓ ହସ୍ପିଟାଲ୍ ଠାରେ ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ମୃତ ସସ୍ମିତା ନିଜ ପରିବାର ସହ ତୀର୍ଥ ଯାତ୍ରାରେ ଯାଇଥିଲେ । ବିଭିନ୍ନ ତୀର୍ଥ ସ୍ଥାନ ବୁଲିବାପରେ ହତାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ।ତେବେ ତାଙ୍କୁ ପାଳାମୁ ସ୍ଥିତ ମେଦିନୀ ନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଅବସ୍ତାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ତାଙ୍କ ପରିବାର ତଥା ଗ୍ରାମବାସୀ ଓ ସହକର୍ମି ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଥିଲା । ତେବେ ତାଙ୍କୁ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ବାସସ୍ଥାନ ଚନ୍ଦ୍ରଗିରି ନେଇ ଆସିଥିଲେ । ତାଙ୍କ ଶେଷ ଯାତ୍ରାରେ ଶତାଧିକ ଗ୍ରାମ ବାସୀ , ଶତାଧିକ ଅଙ୍ଗନବାଡ଼ି କର୍ମୀ ,ସ୍ଵାସ୍ଥ୍ୟ କର୍ମୀ ଓ ତାଙ୍କ ବିଭାଗୀୟ ଅଧିକାରୀ ଅଧିକାରିଣୀ ଯୋଗଦେଇଥିଲେ । ନିଜ ସହକର୍ମୀ ଙ୍କୁ ହରାଇ ବାହୁନୀ ବାହୁନି ତାଙ୍କ ମର ଶରୀର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏପଟେ ତାଙ୍କ ର ଛୋଟ ଛୋଟ ଦୁଇ ଝିଅ ଥିବାବେଳେ ତାଙ୍କରି ମୁଣ୍ଡରୁ ମାଁ ର ପଣତ କାନି ଉଠିଗଲା କହି କୋହ ସମ୍ଭାଳି ପାରିନଥିଲେ ବିଭାଗୀୟ ଅଧିକାରିଣୀ । ସୂଚନା ଥାଉ କି ମୃତ ସସ୍ମିତା ଚନ୍ଦ୍ରଗିରି ହରିଜନ ସାହିରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଥିଲେ । ସେ ଜଣେ ମେଲାପି ଓ ମିଷ୍ଟଭାଷୀ ଥିବାରୁ ତାଙ୍କରି ବିୟଗରେ ପ୍ରତ୍ୟେକ ମହଲ ରେ ସୋକର ଚୟା ଖେଳିଯାଇଛି ।ଓ ସମସ୍ତେ ତାଙ୍କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।