ବାରବାଟୀରେ ଭାରତର ବିଜୟୀ ଆରମ୍ଭ: ୧୦୧ ରନ୍ରେ ଦକ୍ଷିଣ ଆଫ୍ରିକା ଧ୍ୱସ, ୭୪ ରେ ଅଲ୍ଆଉଟ୍
କଟକ: ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ T20 ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ର ଭାରୀ ଅନ୍ତରରେ ପରାସ୍ତ କରି ଧମାକେଦାର ଆରମ୍ଭ କରିଛି। ୧୭୬ ରନ୍ର ଲକ୍ଷ୍ୟ ଅନୁସରଣ କରିବାକୁ ନମିଥିବା ପ୍ରୋଟିଆ ଦଳ କେବଳ ୭୪ ରନ୍ରେ ଅଲ୍ଆଉଟ୍ ହୋଇ ଦରମରି ପଡ଼ିଲା।ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ୱପ୍ନୀୟ ଫେରାଦୀର୍ଘ ଅନ୍ତରାଳ ପରେ ଦଳକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ୍ର ମୁଖ୍ୟ ଆକର୍ଷଣ ରହିଲେ।
୨୯ ବଳରେ ୫୯ ରନ୍, ୪ଟି ଚାରି, ୪ଟି ଛକାବୋଲିଂରେ ମଧ୍ୟ ୧ଟି ଗୁରୁତ୍ୱପୂର୍ଣ୍ଣ ବିକେଟ୍ତାଙ୍କ ଧମାକେଦାର ଇନିଙ୍ଗସ୍ ଦ୍ୱାରା ଭାରତ ୨୦ ଓଭରରେ 175/6 ର ଯୋଗ୍ୟ ସ୍କୋର ଗଢ଼ିପାରିଲା।ଭାରତର ଆରମ୍ଭ ହୋଇଥିଲା ଅସୁବିଧାଜନକଇନିଙ୍ଗସ୍ ଆରମ୍ଭରୁ ଭାରତ ଚାପରେ ଥିଲା।ଅଭିଷେକ ଶର୍ମା ପାୱରପ୍ଲେ ପରେ ଆଉଟ୍ଟିଲକ ଭର୍ମା — 26(32), ଧୀର ଇନିଙ୍ଗସ୍ସୁର୍ଯ୍ୟକୁମାର ଯାଦବ — 12, ଲିନ୍ ଫର୍ମ୍ ଜାରିଶୁଭମନ୍ ଗିଲ୍ — ପ୍ରାରମ୍ଭରେ ଆଉଟ୍ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ ବିକେଟ୍ ଖୋଇ ଚାପରେ ପଡ଼ିଥିଲା। ତଥାପି ହାର୍ଦ୍ଦିକଙ୍କ ଆକ୍ରାମକ ଅବଦାନ ଦଳକୁ ସ୍ଥିର କରିଲା।ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି ୩ଟି ବିକେଟ୍ ନେଇ ସ୍ପଷ୍ଟ ଭାବରେ ଭଲ ପ୍ରଦର୍ଶନ କଲେ।
ଭାରତୀୟ ବୋଲର୍ମାନଙ୍କ ବଢ଼ିଆ ଦାଦାଗିରିଟାର୍ଗେଟ୍ ରକ୍ଷା କରିବା ସମୟରେ ଭାରତୀୟ ବୋଲର୍ମାନେ ପ୍ରତିଟି ଓଭରରେ ଚାପ ବନେଇ ରଖିଥିଲେ।ଅର୍ଶଦୀପ ସିଂହ — 2 ଉଇକେଟ୍ଭରୁଣ ଚକ୍ରବର୍ତ୍ତୀ — 2 ଉଇକେଟ୍ଜସପ୍ରିତ ବୁମ୍ରା — 2 ଉଇକେଟ୍ଅକ୍ସର ପଟେଲ — 2 ଉଇକେଟ୍ସମୁହିକ ପ୍ରୟାସରେ ପ୍ରୋଟିଆ ବ୍ୟାଟ୍ସମାନ୍ମାନେ ଚାପ ତଳେ ଧସିପଡ଼ିଲେ।ଟସ୍ ଜିତି ଫିଲ୍ଡିଂ ନେଇଥିଲେ ମାର୍କରମ୍ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଏଡେନ୍ ମାର୍କରମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନେବାକୁ ନିଷ୍ପତ୍ତି ନେଇଥିଲେ।
ଭାରତ ଦଳ ସଂଯୋଜନରେ ସଞ୍ଜୁ ସାମସନ୍ ଓ କୁଲଦୀପ ଯାଦବଙ୍କୁ ବାହାରେ ରଖାଯାଇଥିଲା।
