ଭୁବନେଶ୍ବର: ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥାକୁ ଅଧିକ ସୁଧାରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛି। ପୁରୁଣା ଏବଂ ଅକାର୍ଯ୍ୟକାରୀ ହୋଇଯାଇଥିବା ଆମ୍ବୁଲାନ୍ସକୁ ବଦଳାଇବା ପାଇଁ ୪୨୮ଟି ନୂଆ ଆମ୍ବୁଲାନ୍ସ ସାଜିବାକୁ ଟେଣ୍ଡର ଦେଇଥିଲା।
ସୂତ୍ର ଅନୁଯାୟୀ, ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପ୍ରକ୍ରିୟା ଆରମ୍ଭ ହେବ।
ପ୍ରଥମ ପର୍ଯ୍ୟାୟରେ, ସଂସ୍ଥା ୧୦୦ଟି ଆମ୍ବୁଲାନ୍ସ ରାଜ୍ୟକୁ ଦେଇବାକୁ ପ୍ରସ୍ତୁତ ହୋଇଛି।
ରାଜ୍ୟ ସରକାର ଆଶାକରୁଛି ଯେ, ଏହି ନୂଆ ଆମ୍ବୁଲାନ୍ସ ରୋଗୀ ପରିବହନ ସେବାକୁ ଅଧିକ ବେଗ, ସହଜତା ଓ ସୁରକ୍ଷା ଦେଇପାରିବ।
