ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ
ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଇତିହାସରେ ଏକ ମାଇଲସ୍ଟୋନ୍। ଅନୁ ଗର୍ଗ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇବେ। ଏହା ସହିତ ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେବେ।ବର୍ତ୍ତମାନ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର-କମ୍ ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ବ ପାଳନ କରୁଛନ୍ତି। ତାଙ୍କ ନିଯୁକ୍ତି ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଆଧିକାରିକ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରଶାସନିକ ଅନୁଭବ ଓ ଦୃଢ଼ ନେତୃତ୍ୱ ପାଇଁ ପରିଚିତ ଅନୁ ଗର୍ଗଙ୍କ ନିଯୁକ୍ତିକୁ ରାଜ୍ୟ ପ୍ରଶାସନରେ ନୂଆ ଦିଗ ଭାବେ ଦେଖାଯାଉଛି।
