ବାଇକ୍ ଦୁର୍ଘଟଣା ରେ ୨ଆହତ ।

ବାଇକ୍ ଦୁର୍ଘଟଣା ରେ ୨ଆହତ ।
Spread the love

ବାଇକ୍ ଦୁର୍ଘଟଣା ରେ ୨ଆହତ ।

ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଲାଞ୍ଜୀପଦର ଛକ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଉକ୍ତ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଆହାତ ହୋଇଥିବା ସୂଚନା ରହିଛି। ପ୍ରାଥମିକ ସୂଚନା ଅନୁସାରେ ଆଜି ରାତି ପ୍ରାୟ ଆଠଟା ବେଳେ କିପରି ଏହି ଦୁର୍ଘଟଣା ଟି ଘଟିଲା ତାହା ଅସ୍ପଷ୍ଟ ଥିବା ବେଳେ ଦୁଇ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ରାୟଗଡ଼ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ଅନ୍ୟ ଜଣଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ସୂଚନା ରହିଛି। ଘଟଣା ସ୍ଥଳରେ ରାୟଗଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତ ପରେ ସଠିକ ଖବର ମିଳିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।