ଟ୍ରକ୍ ଧକ୍କାରେ ଯୁବକ ର ମୃତ୍ୟୁ।

ଟ୍ରକ୍ ଧକ୍କାରେ ଯୁବକ ର ମୃତ୍ୟୁ।
Spread the love

ଟ୍ରକ୍ ଧକ୍କାରେ ଯୁବକ ର ମୃତ୍ୟୁ।

(ବ୍ରହ୍ମପୁର କୈଳାଶ ଚନ୍ଦ୍ର ଚୌଧୁରୀ)ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ସାଲବେଗ ନଗର ରାସ୍ତା ଉପରେ ଏକ ଟ୍ରକ୍ ଧକ୍କାରେ ଏସ୍ ପାପେୟା ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଦିଗିପୁର ଗ୍ରାମର ପାପେୟା ନିଜ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ କଲିକତାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ତାକୁ ଧକ୍କା ଦେଇଥିଲା। ଯାହା ଫଳରେ ରାସ୍ତାର ଏପାଖରେ ପାପେୟା ଗୁରୁତର ଅବସ୍ଥାରେ ଛିଟିକି ପଡ଼ିଥିବା ବେଳେ ମୋଟରସାଇକେଲ ଟି ଅପର ପାର୍ଶ୍ୱରେ ପଡ଼ିଥିଲା। ଖବର ପାଇ ଗୋପାଳପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଅନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଆହତ ପାପେୟା ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଜବତ କରି ଚାଳକ ଶ୍ରୀନିବାସ କୁ ଥାନା ରେ ଅଟକ ରଖିଛନ୍ତି। ଗୁରୁତର ଯୁବକ ର ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଓ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।