ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି; କେଦାରନାଥ ଯାତ୍ରା ତିନିଦିନ ପାଇଁ ସ୍ଥଗିତ

Spread the love

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ରେଡ୍ ଆଲର୍ଟ ଜାରି; କେଦାରନାଥ ଯାତ୍ରା ତିନିଦିନ ପାଇଁ ସ୍ଥଗିତ

ଡେରାଡୁନ: ଉତ୍ତରାଖଣ୍ଡରେ ଅବିରତ ବର୍ଷାରେ ସୃଷ୍ଟି ହୋଇଥିବା ବିପଜ୍ଜନକ ପରିସ୍ଥିତିକୁ ଦେଖି ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଲୋକମାନଙ୍କୁ ଅଯଥାରେ ଘରୁ ବାହାରିବାକୁ ମନା କରାଯାଇଛି।ପ୍ରବଳ ବର୍ଷାର ସତର୍କତାକୁ ଧ୍ୟାନରେ ରଖି ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ କେଦାରନାଥ ଯାତ୍ରାକୁ ତିନିଦିନ ପାଇଁ ସ୍ଥଗିତ କରିଛି। ଏହା ୧୪ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ।