ନିଖୋଜ ବୃଦ୍ଧଙ୍କ ୨୨ଦିନ ପରେ ଗଳିତ ମୃତ ଦେହ ଉଦ୍ଧାର ପୁଲିସ୍ ।

ନିଖୋଜ ବୃଦ୍ଧଙ୍କ ୨୨ଦିନ ପରେ ଗଳିତ ମୃତ ଦେହ ଉଦ୍ଧାର ପୁଲିସ୍ ।
Spread the love

– ନିଖୋଜ ବୃଦ୍ଧଙ୍କ ୨୨ଦିନ ପରେ ଗଳିତ ମୃତ ଦେହ ଉଦ୍ଧାର ପୁଲିସ୍ ।

ଗଜପତି (ମନୋଜ ପାଢୀ) – ନିଖୋଜ ବୃଦ୍ଧଙ୍କ ୨୨ଦିନ ପରେ ଗଳିତ ମୃତ ଦେହ ଉଦ୍ଧାର କରିଛି ଆର -ଉଦୟଗିରି ପୋଲିସ।ନିଖୋଜ ବୃଦ୍ଧ ଜଣକ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକର ରାମଗିରି ଥାନା ପରିସଲ ଗାଁର ଉଦୟ ମାଳି।ବୃଦ୍ଧ ଜଣକ ଚଳିତ ମାସ ୭ .୮.୨୫ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକେ ରାମଗିରି ଥାନା ରେ ଅଭିଯୋଗ ହୋଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିବା ବେଳେ ଆଜି ଛେଳିଗଡ଼ ହାଟପଦା ନିକଟରେ ସ୍ଥାନୀୟ ଲୋକେ ମୃତ ଦେହ ପଡ଼ିଥିବା ଦେଖି ଆର ଉଦୟଗିରି ଥାନା କୁ ସୂଚନା ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଳିତ ମୃତ ଦେହ କୁ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ ଯାହା ଫଳରେ ପରିବାର ଲୋକେ ମୃତ ଦେହ କୁ ଚିହ୍ନଟ କରିଥିଲେ।ପୋଲିସ ଶବ ଜବତ କରି ଘଟଣା ର ତଦନ୍ତ କରିବା ସହ ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି।